ଓଡ଼ିଶାଲାଇଭ୍ ବ୍ୟୁରୋ

india-china

ଗଲଓ୍ଵାନ ଘାଟିରେ ଗତ ସୋମବାର ଭାରତ- ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ହିଂସାରେ ପ୍ରାଣ ହରାଇଥିଲେ ଭାରତର କୋଡ଼ିଏ ଜଣ ଯବାନ। ଏହା ସହ ଚୀନ ସେନା ୧୦ଜଣ ଭାରତୀୟ ସୈନ୍ୟଙ୍କୁ ବନ୍ଦୀ କରିଥିଲା। ବର୍ତ୍ତମାନ ଏହି ଦଶ ଜଣ ଭାରତୀୟ ଯବାନଙ୍କୁ ଚୀନ ସେନା ମୁକ୍ତ କରିଛି। ତେବେ ଭାରତୀୟ ସେନା ପକ୍ଷରୁ ଏପର୍ଯନ୍ତ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ। ଏମାନଙ୍କ ମଧ୍ୟରେ ୨ ଜଣ ମେଜର ଥିବାର ଜଣାପଡ଼ିଛି।

ଏହି ହିଂସାରେ କୌଣସି ଭାରତୀୟ ସୈନ୍ୟ ନିଖୋଜ ହୋଇନାହାନ୍ତି ବୋଲି ଗୁରୁବାର ସେନା ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ, ତିନି ଦିନର ଆଲୋଚନା ପରେ ୨ ଜଣ ମେଜରଙ୍କ ସମେତ ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିଦେଇଛି ଚୀନ। ଏନେଇ ଭାରତୀୟ ସେନା ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇନାହିଁ।

ସୋମବାର ରାତିରେ ହୋଇଥିବା ଏହି ସଂଘର୍ଷରେ ୨୦ ଯବାନ ସହିଦ ହେବାସହ ୭୬ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଭାରତୀୟ ସେନା କହିଛି। ଲେହର ଏକ ହସ୍ପିଟାଲରେ ଗୁରୁତର ଯବାନ ଚିକିତ୍ସିତ ହେଉଥିବାବେଳେ ଅନ୍ୟାନ୍ୟ ହସ୍ପିଟାଲରେ ୫୮ ଆହତ ସୈନ୍ୟଙ୍କର ଚିକିତ୍ସା ଚାଲିଛି।

ଗତ ଜୁନ ୧୫ ରାତିରେ ଗଲଓ୍ଵାନ ଘାଟିର ପେଟ୍ରୋଲିଂ ପଏଣ୍ଟ- ୧୪ରେ ଭାରତ- ଚୀନ ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହେବା ସହ ଚୀନର ୪୩ ଯବାନ ନିହତ ହୋଇଥିଲେ। ଏହି ଘଟଣା ପରେ ସୀମାରେ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ତେବେ ଗତକାଲି ଦ୍ଵିତୀୟ ଥର ଉଭୟ ସେନା ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନାହିଁ।

LEAVE A REPLY

Please enter your comment!
Please enter your name here