ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଗଲଓ୍ଵାନାରେ ସହିଦ ହୋଇଥିବା ଯବାନଙ୍କୁ ଖୋର୍ଦ୍ଧା ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଖୋର୍ଦ୍ଧା-ଜଟଣୀ ସୀତାରାମ ଛକଠାରେ ଶତାଧିକ ବିଜେଡି କର୍ମୀ ମହମବତୀ ଶୋଭାଯାତ୍ରା କରିଥିଲେ। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ଆହ୍ୱାନ କ୍ରମେ ଜଟଣୀ ନଗର ବିଜେଡ଼ି ତରଫରୁ ଏହି ଶୋଭାଯାତ୍ରା ଆୟୋଜନ ବହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଯୁବ ନେତା ବିଘ୍ନେଶ ବଳବନ୍ତରାୟ ପ୍ରଦୀପ ପ୍ରଜ୍ଵଳନ କରି ସହିଦଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ରାଜକିଶୋର ସ୍ୱାଇଁ, ଜଟଣୀ ନଗର ବିଜେଡ଼ି ସଭାପତି ଆଶୁତୋଷ ପ୍ରତାପ ସିଂହ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସନ୍ତୋଷ ଜେନା ଉପସ୍ଥିତ ରହି ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ସୁନ୍ଦରାୟ, ନଳିନୀ ମହାନ୍ତି, ସୌମ୍ୟା ସୋମାଲିକା ରାୟ, ସୀମା ସୁବୁଦ୍ଧି, ମଂଜୁବାଳା ସାହୁ, ସୟଦ ହୁସେନ ରହିମ, ହେମନ୍ତ ମହାପାତ୍ର, ବିଜୟ କୁମାର ପଣ୍ଡା, ଏନ୍ ସୀତା, ବେଣୁଧର ମଂଗରାଜ, ଶୁଶାନ୍ତ ପାଲଟା ସିଂ, ପ୍ରଶାନ୍ତ ରଥ ପ୍ରମୁଖ ଯୋଗ ଦେଇ ସହିଦମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇଥିଲେ।

Comment