ଓଡ଼ିଶାଲାଇଭ୍ ବ୍ୟୁରୋ

satnam singh-1

ଡ୍ୟୁଟି ତାଙ୍କ ପାଇଁ ସବୁଠୁ ଆଗରେ ଥିଲା, କୌଣସି ପ୍ରକାର ସଂଘର୍ଷ ସମୟରେ ମଧ୍ୟ ସେ କେବେ ହାର ମାନୁନଥିଲେ। ଲଦାଖର ଗଲଓ୍ୱାନ ହିଂସାରେ ମଧ୍ୟ ହାର ନମାନି ସେ ନିଜ ବୀରତ୍ୱର ପରିଚୟ ଦେଇଛନ୍ତି। ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଯାଇଛନ୍ତି ପଞ୍ଜାବ ଗୁରଦାସପୁରର ସତନାମ ସିଂ।

ପଞ୍ଜାବ ଗୁରଦାସପୁରସ୍ଥିତ ଭୋଜରାଜର ଜରୀର ସିଂ ଏବଂ ଜସବୀର ସିଂଙ୍କ ପୁଅ ତଥା ବୀର ଯବାନ ସତନାମ ସିଂ। ପତ୍ନୀ ଜସବିଦର କୌର୍, ଝିଅ ସନ୍ଦୀପ କୌର୍ ଏବଂ ପୁଅ ପ୍ରଭଜୋତ ସିଂଙ୍କୁ ନେଇ ତାଙ୍କର ହସଖୁସିର ପରିବାର। ଲଦାଖରେ ହୋଇଥିବା ଭାରତ-ଚୀନ ସଂଘର୍ଷରେ ସତନାମ ସିଂଙ୍କୁ ହରାଇଦଇେଛି ଏହି ପରିବାର। ଦେଶ ପାଇଁ ସହିଦ ହୋଇଥିବା କୋଡ଼ିଏ ଜଣ ବୀର ଯବାନଙ୍କ ମଧ୍ୟରେ ନିଜକୁ ସାମିଲ୍ କରିଦେଇଛନ୍ତି ସତନାମ।

satnam singh-2

ସତନାମଙ୍କ ସାନ ଭାଇ ସୁଖଚେନ୍ ସିଂ ମଧ୍ୟ ଭାରତୀୟ ସେନାର ଯବାନ। ଭାଇଙ୍କ ବିୟୋଗରେ ତାଙ୍କ ହୃଦୟ ଜଳିଉଠିଛି। ସମୟ ଆସିଲେ ଚାନ ସେନାଠାରୁ ସେ ଏହାର ପ୍ରତିଶୋଧ ନେବେ ବୋଲି କହିଛନ୍ତି।

ଗତ ବୁଧବାର ଦିନ ସୁଖଚେନଙ୍କୁ ଭାଇଙ୍କର ସହିଦ ହେବା ଖବର ମିଳିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସତନାମଙ୍କ ମୃତ୍ୟ ହୋଇଥିଲା। ଏହି ଖବର ଶୁଣିବା ପରଠୁ ଫାଟି ପଡ଼ିଛି ଗାଁ ମାଟି। ପତ୍ନୀ ଜସବିଦର କୌରଙ୍କର କାନ୍ଦି କାନ୍ଦି ଲୁହ ଶୁଖୁନି।

satnam singh-3

ସହିଦଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ମାତ୍ରେ ‘ସହିଦ ସତନାମ ଅମର ରହେ, ଚାନ ସରକାର ମୂର୍ଦାବାଦ’ ଧ୍ୱନୀରେ ପୂରା ଗାଁ କମ୍ପି ଉଠିଥିଲା। ସହିଦ ସତନାମ କାରଗିଲ୍ ଯୁଦ୍ଧ ମଧ୍ୟ ଲଢ଼ିଥିଲେ। ସତନାମଙ୍କ ପରିବାରକୁ ବାର ଲକ୍ଷର କ୍ଷତିପୂରଣ ସହ ଜଣେ ସଦସ୍ୟକୁ ସରକାରୀ ଚାକିରି ଯୋଗାଇଦେବାକୁ ଘୋଷଣା କରିଛନ୍ତି।

ଏହି ଖବର ଶୁଣିବା ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ହେବା ପାଇଁ ଗାଁରେ ଶହ ଶହ ଲୋକ ତଥା ତାଙ୍କ ସହ କାମ କରିଥିବା ଅନେକ କର୍ମଚାରୀଙ୍କ ସୁଅ ଛୁଟିଥିଲା। ବୀରତ୍ୱର ଉଦାହରଣ ଥିଲେ ସତନାମ ବୋଲି ସମସ୍ତେ କହୁଥିଲେ। ତାଙ୍କ ସହ କାମ କରିବା ସମୟରେ ଅନେକ କିଛି ଶିଖିବାକୁ ମିଳିଥିଲା। ତାଙ୍କ ପାଇଁ ସର୍ବପ୍ରଥମେ ଦେଶ ପ୍ରତି ତାଙ୍କ କର୍ତ୍ତବ୍ୟ ଥିଲା। ଏପରି ଏକ ବୀର ଯବାନଙ୍କୁ ହରାଇ ପୂରା ଦେଶ ଯେତିକି ଗର୍ବିତ ସେତିକି ଦୁଃଖିତ ମଧ୍ୟ।

LEAVE A REPLY

Please enter your comment!
Please enter your name here