ଓଡ଼ିଶାଲାଇଭ୍ ବ୍ୟୁରୋ

job

ବଲାଙ୍ଗିର ଜିଲ୍ଲା ଅଧୀନରେ ଥିବା ଖଲିଆପାଳ ଗ୍ରାମ ପଞ୍ଚାୟତରେ ଯୋଗାଣ ସହାୟକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଜୁଲାଇ ୧ ସୁଦ୍ଧା ଆବେଦନ କରିପାରିବେ। ଏହି ନିଯୁକ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଅଧିନରେ ଦିଆଯିବ।

ଯୋଗ୍ୟତା– ଅତିକମରେ ଦଶମ ପାସ୍ କରିଥିବେ। ପ୍ରାର୍ଥୀ ଖଲିଆପାଳ ଗ୍ରାମ ପଞ୍ଚାୟତର ଜଣେ ସ୍ଥାୟୀ ବାସିନ୍ଦା ହୋଇଥିବେ।

ବୟସ– ୨୦୨୦ ଜୁନ୍ ୧ ସୁଦ୍ଧା ୨୧ରୁ ୩୫ ବର୍ଷ ହୋଇଥିବା

 

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁଲାଇ ୧ ତାରିଖ ସୁଦ୍ଧା ନିଜର ଆବେଦନପତ୍ର ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା– ଦି ଅଫିସ୍ ଅଫ୍ ବ୍ଲକ୍ ଡେଭେଲପମେଣ୍ଟ ଅଫିସର୍, ବଲାଙ୍ଗିର

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ balangir.nic.inରେ କ୍ଲିକ୍ କରନ୍ତୁ।

Comment