ଓଡ଼ିଶାଲାଇଭ୍ ବ୍ୟୁରୋ

  • ରଥଯାତ୍ରା ପାଇଁ ପୁରୀ ଜିଲ୍ଲା ସଟଡାଉନ୍
  • ସୋମବାର ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ପୁରୀ ସିଲ୍
  • ଗଣମାଧ୍ୟମକୁ ସୂଚନା ଦେଲେ ପୋଲିସ୍ ଡିଜି

ରଥଯାତ୍ରା ପାଇଁ ପୁରୀ ଜିଲ୍ଲା ହେଲା ସଟଡାଉନ୍। ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରାଯାଇଛି। ଏନେଇ ପୋଲିସ୍ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସଟଡାଉନ୍ ସମୟରେ ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ। ଏହାସହ କୌଣସି ଲୋକଙ୍କୁ ପୁରୀ ମଧ୍ୟ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ସେହିପରି ପୁରୀ ଜିଲ୍ଲାର ଲୋକମାନେ ମଧ୍ୟ ଅନ୍ୟ ଜିଲ୍ଲାକୁ ଯାଇପାରିବେ ନାହିଁ ବୋଲି କୁହାଯାଇଛି।

କରୋନା କଟକଣା ଭିତରେ ଏଥର ମହାପ୍ରଭୁଙ୍କ ରଥଯାତ୍ରା କରାଯିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରାଯାଇଛି। ଏଥିସହ କୋଭିଡ୍-୧୯ ଗାଇଡଲାଇନ୍ ପାଳନ କରାଯାଇ ରଥଯାତ୍ରା ଆୟୋଜନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comment