ଓଡ଼ିଶାଲାଇଭ୍‌ ବ୍ୟୁରୋ

ତ୍ୱଚାରେ ଠିକ୍ ଭାବେ ରକ୍ତ ସଞ୍ଚାଳନ ପାଇଁ ଫେସିଆଲ୍ ଅତ୍ୟନ୍ତ ଜରୁରୀ। ତେବେ ଫେସିଆଲ୍ କରୁଥିଲେ କିଛି ନିର୍ଦ୍ଦିଷ୍ଟ ନିୟମ ପାଳନ କରିବା ଆବଶ୍ୟକ। ଯାହାଦ୍ୱାରା ଆପଣ ଅଧିକ ଫାଇଦା ପାଇପାରିବେ।

-ଫେସିଆଲ୍ ସବୁବେଳେ କୌଣସି ଅଭିଜ୍ଞ ବିଉଟିସିଆନ୍‌ଙ୍କ ନିକଟରେ କରାନ୍ତୁ। ଫେସିଆଲ୍ ଶୈଳୀ ଜାଣିନଥିବା ଲୋକଙ୍କଠାରୁ ଏହା କରାଇଲେ ଆପଣ ଅସୁବିଧାରେ ପଡ଼ିବେ।

-ଫେସିଆଲ୍ କରିବା ସମୟରେ ସବୁବେଳେ ଭଲ ଉତ୍ପାଦ ବ୍ୟବହାର ପାଇଁ ବିଉଟିସିଆନ୍‌ଙ୍କୁ କୁହନ୍ତୁ। ଖରାପ ଉତ୍ପାଦରେ କଲେ କିଛି ଲାଭ ହୋଇନଥାଏ।

-ହାତରେ ଯଥେଷ୍ଟ ସମୟ ରଖି ବିଉଟିସିଆନ୍‌ଙ୍କ ପାଖକୁ ଯାଆନ୍ତୁ। ଯାହାଦ୍ୱାରା କି ସେ ଠିକ୍ ଭାବେ ଫେସିଆଲ୍ କରିପାରିବେ।

-ଅନେକ ସ୍ଥାନରେ ପାର୍ଲରଗୁଡ଼ିକରେ ମେସିନ୍ ସାହାଯ୍ୟରେ ବି ଫେସିଆଲ୍ କରାଯାଇଥାଏ। ଏହା ଅପେକ୍ଷା ହାତରେ ମସାଜ୍ କରୁଥିବା ବିଉଟିସିଆନ୍‌ଙ୍କ ପାର୍ଲରକୁ ଯାଆନ୍ତୁ। କାରଣ ହାତରେ ମସାଜ୍ କରିବା ଦ୍ୱାରା ଅଧିକ ରକ୍ତ ସଞ୍ଚାଳନ ହୋଇଥାଏ।

-ନାକରୁ ବ୍ଲାକହେଡ କାଢିବା ସମୟରେ ସବୁବେଳେ ଷ୍ଟିମ୍ ବା ବାମ୍ଫ ଦେବାକୁ କୁହନ୍ତୁ। ସେହିପରି ସାଙ୍ଗରେ ନିଜର ନୋଜ୍ ପିନ୍ ନେଇ ଯାଆନ୍ତୁ। ଯାହାଦ୍ୱାରାକି ସଂକ୍ରମଣର ଭୟ ରହିବ ନାହିଁ।

-ଫେସିଆଲ୍ ସରିବା ପରେ ବିଉଟିସିଆନ୍‌ଙ୍କୁ ସିରମ୍ ଲଗାଇ ଦେବାକୁ କୁହନ୍ତୁ। ତୁରନ୍ତ ଖରାରେ ବାହାରକୁ ବାହାରିପଡ଼ନ୍ତୁ ନାହିଁ।  ଯଦି ବା ବାହାରକୁ ଯିବାର ଥାଏ ତା ହେଲେ ମୁହଁକୁ ଢାଙ୍କି ରଖନ୍ତୁ।

-ଫେସିଆଲ୍ର ଗୋଟିଏ ଦିନ ପର୍ଯ୍ୟନ୍ତ ମୁହଁରେ କୌଣସି କସ୍ମେଟିକ୍ ଉତ୍ପାଦ ବ୍ୟବହାର କରନ୍ତୁ ନାହିଁ। ଅନେକ ସ୍ଥଳରେ ଏହାଦ୍ୱାରା ଇନଫେକସନ ହୋଇଥାଏ।

-ସେହିପରି ନିଆଁ ପାଖକୁ ଯାଆନ୍ତୁ ନାହିଁ।

-ଫେସିଆଲ୍‌ର  କିଛି ଦିନ ଯାଏ ସାବୁନ ବଦଳରେ ଫେସପ୍ୟାକ ବ୍ୟବହାର କରନ୍ତୁ। ତାହା ଚର୍ମକୁ ଝୁଲି ପଡ଼ିବାରୁ ରକ୍ଷା କରିଥାଏ।

Comment