ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଞ୍ଚ ନେଇ ଫସିଲେ ମହିଳା ସରପଞ୍ଚ। କୋରାପୁଟ ଜିଲ୍ଲା ଦସମନ୍ତ ପୁର ବ୍ଲକର ମୁଁଜାଙ୍ଗ ପଞ୍ଚାୟତର ସରପଞ୍ଚ ରଇଲା ମାଝୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ବକଡ଼ା ଗୁଡ଼ା ଗ୍ରାମର ଗଙ୍ଗାଧର ସାଆଣ୍ଟାଙ୍କଠାରୁ ଏକ ପୋଖରୀ କାର୍ଯ୍ୟର କାର୍ଯ୍ୟାଦେଶ ପାଇଁ ୨୦ ହଜାର ଟଙ୍କା ମାଗିଥିଲେ। ଚୁକ୍ତି ମୁତାବକ ଗଙ୍ଗାଧର ଟଙ୍କା ଦେଇଥିଲେ। ଠିକ ସେହି ସମୟରେ ମହିଳା ସରପଞ୍ଚଙ୍କୁ ଧରିଥିଲା ଭିଜଲାନ୍ସ ଟିମ।

ସେହିପରି ଗତକାଲି ମାଲକାନଗିରି ଜିଲ୍ଲାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଅକ୍ଷୟ କୁମାର ନାୟକ ଜୀବନ ମଣ୍ଡଳ ନାମକ ବ୍ୟକ୍ତିଙ୍କଠାରୁ ୧୪୪ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କା ମାଗିଥିଲେ। ଆଉ ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି ସନ୍ଧ୍ୟାରେ ଚୁକ୍ତି ମୁତାବକ ୮୦ ହଜାର ଟଙ୍କା ଦେଉଥିଲେ।

ସେହି ସମୟରେ ଭିଜଲାନ୍ସ ଟିମ ମୁଖ୍ୟ କିରାଣୀ ଅକ୍ଷୟ କୁମାର ନାୟକଙ୍କୁ ଧରିଥିଲେ। ଆଉ ତାଙ୍କ ନାଁରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲେ।

Comment