ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଦେଶବାସୀଙ୍କୁ ସମ୍ଵୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଅନଲକ୍‌-୨ରେ ଲୋକମାନେ କିପରି ସତର୍କ ରହିବେ ସେନେଇ ମୋଦୀ ସମ୍ଵୋଧନ କରିଛନ୍ତି।

ସେ କହିଛନ୍ତି ଯେ, ଅନଲକ୍‌-୧ ପରଠାରୁ ଆମ ଲୋକମାନେ ଅସତର୍କ ହେବା ଦେଖାଯାଇଛି। ଯେବେ ସତର୍କ ହେବା ଜରୁରୀ ସେବେ ଅସତର୍କ ହେଲେ ତାହା ଚିନ୍ତା ଜନକ। ଅନଲକ୍‌-୨ ସହ ଆମେ ବର୍ଷା ଋତୁରେ ପ୍ରବେଶ କରିସାରିଲୁଣି। ଏହି ସମୟରେ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ।

କଣ୍ଟେନମେଣ୍ଟ ଜୋନ୍‌ରେ ଅଧିକ ସଚେତନ ହେବା ଜରୁରୀ। ଯେଉଁମାନେ ନିୟମ ମାନୁ ନାହାନ୍ତି ସେମାନଙ୍କୁ ଧରିବା ଜରୁରୀ। ୧୩୦ କୋଟି ଲୋକଙ୍କ ଜୀବନ କଥା ତେଣୁ ଆମକୁ ସତର୍କ ରହିବା କଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାସହ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ଵର ଯାଏଁ ଚାଲିବ। ଅର୍ଥାତ ୮୦ କୋଟି ଲୋକଙ୍କୁ ନଭେମ୍ଵର ଯାଏ ମାଗଣା ରାସନ ମିଳିବ। ପରିବାର ପ୍ରତି ମୁଣ୍ଡପିଛା ୫ କିଲୋ ଚାଉଳ ଓ ଗହମ ମିଳିବ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ବର୍ତ୍ତମାନ ପ୍ରଧାମନ୍ତ୍ରୀଙ୍କ ସମ୍ଵୋଧନ ଲାଇଭ ଜାରି ରହିଛି।

Comment