ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ବାହୁଡ଼ିବା ବେଳେ ପୋଡ଼ ପିଠା ଖାଇଲେ ମହାପ୍ରଭୁ। ମାଉସୀ ମା ମନ୍ଦିର ନିକଟରେ ଅଟକି ତିନି ଠାକୁର ପୋଡ଼ ପିଠା ଖାଇଛନ୍ତି।

ଆଜି ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ଯାତ୍ରା କରୁଛନ୍ତି। ଏହି ସମୟରେ ବଡ଼ଦାଣ୍ଡରେ ଥିବା ମାଉସୀ ମା ମନ୍ଦିର ନିକଟରେ ଅଟକି ଦାରୁବ୍ରହ୍ମମାନେ ପୋଡ଼ ପିଠା ଖାଇଛନ୍ତି। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ମାଉସୀ ମା ମନ୍ଦିର ନିକଟରେ ଅଟକିଥିଲା। ସେଠାରେ ତାଙ୍କୁ ପୋଡ଼ ପିଠା ଲାଗି ହେବା ପରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗତି କରିଥିଲା। ଏହାପରେ ଦେବୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ମଧ୍ୟ ପୋଡ଼ ପିଠା ଖାଇଛନ୍ତି।

ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେଉଛି। ପୁରୀ ସହରରେ କର୍ଫ୍ୟୁ ଲଗାଯିବା ସହିତ ୭୦ ପ୍ଲାଟୁନ୍ ଫୋର୍ସ ମୂତୟନ ହୋଇଛନ୍ତି। ଭକ୍ତମାନଙ୍କୁ ମଧ୍ୟ ପୁରୀ ସହର ଭିତରକୁ ଯିବାକୁ ବାରଣ କରାଯାଇଛି।

Comment