ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରାର ଅନ୍ତିମ ପର୍ବରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଆରମ୍ଭ ହୋଇଛି। ରଥକୁ ଛାଡ଼ି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତମାନେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ରଥରୁ ନେଇ ଶ୍ରୀମନ୍ଦିର ଭିତରକୁ ବିଜେ କରାଇଛନ୍ତି।

ଏହାପରେ ଚକ୍ରରାଜ ସୁଦର୍ଶନ, ବଳଭଦ୍ର,ଦେବୀ ସୁଭଦ୍ରା ଓ କାଳିଆ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ଗୋଟି ପହଣ୍ଡିରେ ମହାପ୍ରଭୁଙ୍କୁ ନେଇ ସେବାୟତମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରାଇବେ।ଜଗନ୍ନାଥଙ୍କ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ସେଠାରେ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟିଥାନ୍ତି।  ଏହି ସମୟରେ ପରମ୍ପରା ଅନୁଯାୟୀ କିଛି ସମୟ ପାଇଁ ସିଂହଦ୍ୱାରକୁ ବନ୍ଦ କରାଯାଇଥାଏ। ଏହାପରେ ଲକ୍ଷ୍ମୀଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଭେଟିଦେଇଥାନ୍ତି। ଏହାପରେ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନବେଦୀରେ ବିଜେ କରିଥାନ୍ତି।

Comment