ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ବନ୍ଧୁ ଗାଁ ଥାନା ଅନ୍ତର୍ଗତ ଜାଗୁଗୁଡା ଗ୍ରାମରେ। ଜମି ବିବାଦକୁ କେନ୍ଦ୍ର କରି ୪ ଜଣ ବ୍ୟକ୍ତି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ମୃତକ ବ୍ୟକ୍ତି ହେଉଛନ୍ତି ଜାଗୁଗୁଡା ଗ୍ରାମର ୪୫ ବର୍ଷୀୟ ସାଲୋ ହାରେକା।

ରିପୋର୍ଟ ଅନୁସାରେ ଜାଗୁଗୁଡା  ଗ୍ରାମରରେ  ବହୁ ବର୍ଷ ଧିରି  ଦୁଇ ପରିବାର ମଧ୍ୟରେ  ଜମି ଜମା ବିବାଦ ଲାଗି ରହିଥିଲା।  ଏହି ବିବାଦ ଶନିବାର ଉଗ୍ରରୁପ ଧାରଣା କରିଥିଲା। ସାଲୋକୁ ୪ ଜଣ  ବ୍ୟକ୍ତି ହାତ ଗୋଡ ବାନ୍ଧି ପଥରରେ ଛେଚି  ନିର୍ମମ ଭାବେ ହତ୍ୟା କରିଥିଲେ।

ଏହି ଘଟଣାରେ ସଂପୃକ୍ତ ୪ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏନେଇ ବନ୍ଧୁ ଗାଁ ଥାନା  ଅଧିକାରୀ ତପନ କୁମାର ନାହାକ  ସୂଚନା ଦେଇଛନ୍ତି।

Comment