ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ପ୍ରାଣ ହରାଇଥିବା ବିଜେଡ଼ି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପାର୍ଥିକ ଶରୀର ତାଙ୍କର ଜନ୍ମମାଟି ଜଗତସିଂହପୁରରେ ପହଞ୍ଚିଛି। ସେଠାରେ ତାଙ୍କୁ ଅନେକ ନେତା ଓ ସ୍ଥାନୀୟ ଲୋକମାନେ ଶ୍ରଦ୍ଧାଜ୍ଞଳି ପ୍ରଦାନ କରିଛନ୍ତି। ଏଥିସହିତ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

ଆଜି ହସ୍ପିଟାଲରୁ ବିଷ୍ଣୁଙ୍କ ମରଶରୀର ପ୍ରଥମେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ବିଜେଡି ନେତାମାନେ ତାଙ୍କୁ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ। ଏହାପରେ ବିଧାନସଭା ପରିସରରେ ମଧ୍ୟ ବାଚସ୍ପତି ସୂର୍ଯ୍ୟ ପାତ୍ର ଓ ଉପ-ବାଚସ୍ପତି ବିଷ୍ଣୁଙ୍କ ମରଶରୀରକୁ ଦର୍ଶନ କରିଥିଲେ। ଏହାପରେ ତାଙ୍କୁ ତାଙ୍କର ଜନ୍ମମାଟିକୁ ନିଆଯାଇଛି।ଜଗତସିଂହପୁର ଜିଲ୍ଲାର ଜଣେ ଟାଣୁଆ ନେତା ଭାବେ ବିଷ୍ଣୁ ଦାସ ବେଶ ପରିଚିତ। ସେ ୬ ଥର ବିଧାୟକ ରହିବା ସହିତ ଥରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୫ ଥର ଜଗତସିଂହପୁର ଆସନ ଓ ଥରେ ତିର୍ତ୍ତୋଲ ବିଧାନସଭା ଆସନରୁ ସେ ବିଜୟୀ ହୋଇଥିଲେ। ସେ ଜଗତସିଂହପୁର ଜିଲ୍ଲାର ବିଜେଡି ସଭାପତି ମଧ୍ୟ ଥିଲେ।

ତାଙ୍କର ମୃତ୍ୟୁପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଖେଳିଯାଇଛି। ତାଙ୍କର ଶୁଭେଚ୍ଛୁମାନେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ରାସ୍ତାରେ ଛିଡ଼ା ହୋଇଥିବା ସହ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା।

Comment