ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ସହ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା ଏବଂ ପିଏଚ୍‌ଡି ପାଠ୍ୟକ୍ରମ।

ଭୁବନେଶ୍ୱରରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟ ‘ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି’ (ସିଜିୟୁ) ଚଳିତ ଶିକ୍ଷା ବର୍ଷରେ ନାମଲେଖା ପାଇଁ ପ୍ରସ୍ତୁତ ରହିଛି। ଏଠାରେ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଶିକ୍ଷା ସହିତ ବିଭିନ୍ନ ବିଷୟରେ ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା ଏବଂ ପିଏଚ୍‌ ଡି ପାଠ୍ୟକ୍ରମ ପାଇଁ ସୁଯୋଗ ରହିଛି।

CGU newଅତ୍ୟାଧୁନିକ ପାଠ୍ୟକ୍ରମର ସୁବିଧା

ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ସି ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂ ବେଶ୍‌ ନାଁ କରିଥିଲା। ତା’ ସାଙ୍ଗକୁ ସ୍ୱତନ୍ତ୍ର ଭାବେ ମେରାଇନ ଇଞ୍ଜିନିୟରିଂ ଭଳି ଅତ୍ୟାଧୁନିକ ପାଠ୍ୟକ୍ରମକୁ ଯୋଡ଼ି ଓଡ଼ିଶାର ଏହି ଶିକ୍ଷାନୁଷ୍ଠାନ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଥିଲା। ତେବେ ଚଳିତବର୍ଷଠାରୁ ଏହା ବିଶ୍ୱବିଦ୍ୟାଳୟର ରୂପ ନେବା ପରେ ସେଠାରେ ଇଞ୍ଜିନିୟରିଂରେ ଡିପ୍ଲୋମା ଓ ଡିଗ୍ରୀ ସହିତ ମ୍ୟାନେଜମେଣ୍ଟ, ହୋଟେଲ ମ୍ୟାନେଜମେଣ୍ଟ ଏବଂ ଅନ୍ୟ ବିଷୟରେ ଶିକ୍ଷାଦାନ କରାଯାଉଛି।

‘‘ବର୍ତ୍ତମାନର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାରଣ ଛାତ୍ରଛାତ୍ରୀ ଏବଂ ଅନ୍ୟ ସମସ୍ତଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ଆମ ପାଇଁ ସବୁବେଳେ ପ୍ରାଥମିକତା ହୋଇ ରହିଛି। ତେବେ ଅନଲାଇନ ମାଧ୍ୟମରେ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଚାଲିଛି। ନୂଆ ଶିକ୍ଷା ବର୍ଷରେ ଯେଉଁମାନେ ନାମ ଲେଖାଇବେ ସେମାନଙ୍କ ପାଇଁ କିଭଳି ଅନଲାଇନ ପାଠପଢ଼ା ନିୟମିତ ଚାଲିବ ସେଥିପାଇଁ ଆମେ ପ୍ରସ୍ତୁତ ରହିଛୁ’’, କହିଛନ୍ତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ପ୍ରଫେସର ସଞ୍ଜୀବ କୁମାର ରାଉତ।

ଏହି ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ, ହ୍ୟୁମାନିଟିଜ୍‌, ବେସିକ୍‌ ସାଇନ୍ସେସ୍‌ ଏବଂ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ସହିତ ବିଭିନ୍ନ ବିଷୟରେ ଡିଗ୍ରୀ, ପିଜି ଏବଂ ପିଏଚ୍‌ଡି କରିବାର ସୁବିଧା ରହିଛି।

CV Raman Chairman Sanjib Rout Interview.00_00_03_07.Still001୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ସୁଯୋଗ

ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ସିଜିଇଟି-୨୦୨୦ ଦେଇ ନାମ ଲେଖାଇ ପାରିବେ। ସେହିପରି ଜେଇଇ ମେନ୍‌, ଓଜେଇଇ, କ୍ୟାଟ୍‌, ମ୍ୟାଟ୍‌, ଜ୍ୟାଟ୍‌, ପିଜ୍ୟାଟ୍‌, ଗେଟ୍‌ ଏବଂ ଏଟିଏମ୍‌ଏ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ମଧ୍ୟ ନାମ ଲେଖାଇ ପାରିବେ।

ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ହେଉଥିବା ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ‘ସିଜିଇଟି-୨୦୨୦’ ପାଇଁ ରେଜିଷ୍ଟ୍ରେସନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୧୫ ତାରିଖ। ବି ଟେକ୍‌, ଲାଟେରାଲ ଏଣ୍ଟ୍ରି ବି ଟେକ୍‌, ଏମ୍‌ବିଏ, ଏମ୍‌ ଟେକ୍‌ ରେଗୁଲାର/ଏମ୍‌ଏସ୍‌ସି, ପିଏଚ୍‌ଡି, ବିବିଏ, ପିଜି ଡିପ୍ଲୋମା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ସିଜିୟୁରେ ଡିଜିଟାଲ ପାଠ୍ୟକ୍ରମ ପାଇଁ ସୁଯୋଗ

ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ବିଭିନ୍ନ ବିଭାଗରେ ବି ଟେକ୍‌, ଏମ୍‌ ଟେକ୍‌ ଏବଂ ପିଏଚ୍‌ଡିର ସୁବିଧା ରହିଛି। ବିଭାଗଗୁଡ଼ିକ ହେଲା – କେମିକାଲ ଇଞ୍ଜିନିୟରିଂ, ସିଭିଲ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆଇଟି, ମେକାନିକାଲ ଇଞ୍ଜିନିୟରିଂ, ମେରାଇନ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂ।

କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଷୟରେ ବି ଟେକ୍‌ ପାଠ୍ୟକ୍ରମ ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି କେତେକ ଅତ୍ୟାଧୁନିକ ବିଷୟ ମଧ୍ୟ ରଖିଛି। ତା’ ମଧ୍ୟରେ ରହିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ମେସିନ ଲର୍ଣ୍ଣିଂ, ଡାଟା ସାଇନ୍ସ, ଆଇଓଟି ଆଣ୍ଡ ସାଇବର ସିକ୍ୟୁରିଟି, କ୍ଲାଉଡ କମ୍ପ୍ୟୁଟିଙ୍ଗ୍‌ ଏବଂ ୱେବ ଟେକ୍ନୋଲୋଜି। ବର୍ତ୍ତମାନର ଡିଜିଟାଲ ପୃଥିବୀ ପାଇଁ ଏସବୁ ଭବିଷ୍ୟତର ପାଠ୍ୟକ୍ରମ ଭାବେ ବିଚାର କରାଯାଇପାରେ।

ଇଞ୍ଜିନିୟରିଂରେ ନିୟମିତ ପାଠ୍ୟକ୍ରମ ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଟେରାଲ ଏଣ୍ଟ୍ରିର ସୁବିଧା ରହିଛି।

ବୈଷୟିକ ଓ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ସିଜିୟୁ ଆଗରେ

ମ୍ୟାନେଜମେଣ୍ଟ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆସୁଛି ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି। ଏଠାରେ ବିବିଏ, ଏମ୍‌ବିଏ ଏବଂ ମ୍ୟାନେଜମେଣ୍ଟରେ ପିଏଚ୍‌ଡିର ସୁବିଧା ରହିଛି। ସେହିପରି ବିଭିନ୍ନ ବିଷୟରେ ଏମ୍‌ଏସ୍‌ସି, ପିଜି ଡିପ୍ଲୋମା ଏବଂ ପିଏଚ୍‌ଡି ନାମଲେଖା ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଇଂରାଜିରେ ଇଣ୍ଟିଗ୍ରେଟେଡ ଏମ୍‌ଏ ଏବଂ ପିଏଚ୍‌ଡି ପାଇଁ ମଧ୍ୟ ଏଠାରେ ସୁଯୋଗ ରହିଛି।

ଭୁବନେଶ୍ୱର ସହର ଉପକଣ୍ଠରେ ରହିଛି ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ବିଶାଳ କ୍ୟାମ୍ପସ। ଏହାର ସୁନ୍ଦର ପରିବେଶ ଦେଶ ବିଦେଶର ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରୁଛି। ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ‘ଇଣ୍ଡଷ୍ଟ୍ରି ରେଡି’ ଅନୁଭୂତି ଦେବା ପାଇଁ ଏଠାରେ ରହିଛି ବିଭିନ୍ନ ସେଣ୍ଟର ଅଫ୍‌ ଏକ୍ସଲେନ୍ସ। ଏହି ଅତ୍ୟାଧୁନିକ ସ୍କିଲ ଲାବରେଟୋରି ବିଶ୍ୱବିଦ୍ୟାଳୟର ଶିକ୍ଷାର ମାନକୁ ଏକ ଭିନ୍ନ ଉଚ୍ଚତାକୁ ନେଇପାରିଛି।

ଏହି ବିଶ୍ୱବିଦ୍ୟାଳୟରେ ‘ଫ୍ୟୁଚର୍ ଅଫ୍ ସ୍କିଲ୍‌ସ୍‌’କୁ ପ୍ରାଧାନ୍ୟ ଦିଆଯାଉଛି। ଆନ୍ତର୍ଜାତିକ ସ୍ତରରେ ଆୟୋଜିତ “ଓ୍ୱାଲ୍ଡ ସ୍କିଲ୍ ୨୦୧୯”ରେ ଏହାର ଛାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହା ସହ ଦେଶବ୍ୟାପି ହେଉଥିବା ବିଭିନ୍ନ ଜାତୀୟ ସ୍ତରର ପ୍ରତିଯୋଗିତା, ହାକାଥନ୍ସ୍ ଏବଂ କୋଡିଂ କମ୍ପିଟିସନରେ ମଧ୍ୟ ବହୁ ପୁରସ୍କାର ହାସଲ କରିପାରିଛି ଏହି ବିଶ୍ୱବିଦ୍ୟାଳୟ। ‘ଏଆଇସିଟିଇ ବିଶ୍ୱକର୍ମା’ ଆଓ୍ୱାର୍ଡ ଜିତିବାରେ ମଧ୍ୟ ଆମେ ସକ୍ଷମ ହୋଇପାରିଛୁ। ଏହା ସହ ଖୁସିର କଥା ହେଉଛି ଗତ ୪ ବର୍ଷ ଧରି ଆମେ ଭାରତର ପ୍ରମୁଖ ୧୦୦ଟି କଲେଜ୍ ମଧ୍ୟରେ ସ୍ଥାନ ପାଇ ଆସୁଛୁ’’, କହିଛନ୍ତି ପ୍ରଫେସର ସଞ୍ଜୀବ କୁମାର ରାଉତ।

ବୈଷୟିକ ଓ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସି ଭି ରମଣ। ୧୯୯୭ ମସିହାରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ଆଜି ଏକ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟର ରୂପ ନେଇଛି।

Comment