ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ ପଞ୍ଚାୟତକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଏଥିସହ ଧୁବୁଲି ନାମକ ଏକ ଗାଁକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏନେଇ କୋରାପୁଟ ଜିଲ୍ଲାପାଳ ମଧସୁଦନ ମିଶ୍ର ସୂଚନା ଦେଇଛନ୍ତି।

୮ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ବୋରିଗୁମ୍ମା ପଞ୍ଚାୟତ ସଟଡାଉନ୍ ରହିବ। କରୋନା ସଂକ୍ରମଣ ଚେନକୁ ରୋକିବା ଲାଗି ଏହି ସଟଡାଉନ୍ ଘୋଷଣା କରାଯାଇଥିବା କୁହାଯାଇଛି। ଗତ ସପ୍ତାହେ ମଧ୍ୟରେ ବୋରିଗୁମ୍ମା ଓ ଦାମନଯୋଡ଼ି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତକାଲି ମଧ୍ୟ ସେଠାରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯାହାକୁ ଦୃଷ୍ଟିରେ ରଖି ଏହି ସଟଡାଉନ୍ ଘୋଷଣା କରାଯାଇଛି।CGU new

ହେଲେ ଏହି ସମୟରେ ମେଡିସିନ୍ ଦୋକାନ, କ୍ଷୀର ଦୋକାନ ଖୋଲା ରହିବା ସହ ସରକାରୀ କର୍ମଚାରୀମାନେ ଯିବା ଆସିବା କରିପାରିବେ ବୋଲି କୁହାଯାଇଛି।

କୋରାପୁଟ ଜିଲ୍ଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସେଠାରୁ ୭୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏବେ ବି ୫୦ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। କୋରାପୁଟ ଜିଲ୍ଲାରେ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେଣି ବୋଲି ସୂଚନା ରହିଛି।

Comment