ଓଡ଼ିଶାଲାଇଭ୍ ବ୍ୟୁରୋ

missing

କରୋନା ଦେଶ ବ୍ୟାପି ନିଜର କାୟା ମେଲାଇ ଚାଲିଛି। ହୁ ହୁ ହୋଇ ବଢ଼ୁଛି କରୋନା ରୋଗୀଙ୍କ ସଂଖ୍ୟା। ତେବେ ହରିୟାଣା ଫରିଦାବାଦ ଜିଲ୍ଲାର ସାଇବର ସିଟି ଗୁରୁଗ୍ରାମରୁ ଗାଏବ ହେବାରେ ଲାଗିଛନ୍ତି କରୋନା ସଂକ୍ରମିତ। ଏନେଇ ସେଠାକାର ସ୍ୱାସ୍ଥ୍ୟ ବିଭାଗ ପୋଲିସକୁ ଗାଏବ ହୋଇଥିବା ରୋଗୀଙ୍କ ଲିଷ୍ଟ ଦେଇଛି।

CGU new

ହରିୟାଣାର ଫରିଦାବାଦରେ କରୋନା ପ୍ରଭାବ ସବୁଠାରୁ ଅଧିକ ରହିଛି। ଏହାପରେ କରୋନା ରୋଗୀଙ୍କ ଗାୟବ ହେବା ନେଇ ନାନା ପ୍ରଶ୍ନ ଉଠୁଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୭୦ ଜଣ କରୋନା ଆକ୍ରାନ୍ତ ଗାଏବ ହୋଇଯାଇଛନ୍ତି। ଏହି ରୋଗୀମାନଙ୍କର ଡାଟା ପୋଲିସକୁ ଦିଆଯାଇଛି।

corona

ତେବେ ପ୍ରଥମେ ଏହି ଆକ୍ରାନ୍ତମାନଙ୍କ ମୋବାଇଲ ନମ୍ବର ବନ୍ଦ କହିବା ପରେ ସେମାନଙ୍କ ଫୋନରୁ ଆରୋଗ୍ୟ ସେତୁ ଆପ୍ ମଧ୍ୟ ଅନଇନଷ୍ଟଲ୍ ହୋଇଛି। ଏଥିପାଇଁ ସେମାନଙ୍କ ସହ କୌଣସି ସମ୍ପର୍କ କରାଯାଇପାରୁନାହିଁ। ତେବେ ଗୁରୁଗ୍ରାମ ପୋଲିସ୍ ସିଡିଆର୍ ଆଧାରରେ ସେମାନଙ୍କୁ ଖୋଜିବାକୁ ଚେଷ୍ଟା ଚଲାଇଛି। ବର୍ତ୍ତମାନ ସୁଦ୍ଧା ଗୁରୁଗ୍ରାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛଅ ହଜାରରୁ ଉର୍ଦ୍ଧରେ ଥିବା ବେଳେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ରୋଗୀ ସୁସ୍ଥ ହୋଇସାରିଛନ୍ତି।

Comment