ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାର ଦ୍ୱିତୀୟ ଲହର ଏବେ ସାଂଘାତିକ ସ୍ତରରେ ପହଞ୍ଚିପାରୁଛି। ଦେଶରେ ଦୈନିକ ସଂକ୍ରମଣ ଏବେ ୪ ଲକ୍ଷ ମୁହାଁ ହେଲାଣି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏବେ କିଏ ସଂକ୍ରମିତ ଆଉ କିଏ ସୁସ୍ଥ ତାହା ଜଣାପଡ଼ୁନି। କାରଣ କିଛି ଲୋକଙ୍କଠାରେ ଲକ୍ଷଣ ନଥାଇ ବି ସେମାନେ ସଂକ୍ରମିତ ହୋଇଥିବା ରିର୍ପୋଟ ସାମ୍ନାକୁ ଆସୁଛି। ଏପରିସ୍ଥଳେ ଜଣେ ନିଜ ପାଇଁ କେଉଁ ସାବଧାନତା ଆପଣାଇବା କଥା ତାହା ଜାଣିବା ଜରୁରୀ।

ଆପଣ କରୋନା ସଂକ୍ରମିତ କି, ଜାଣିବେ କେମିତି?

ଏହାର ଉତ୍ତର ଜାଣିବା ପାଇଁ ଉପରେ ଥିବା ଭିଡିଓର ୯ ମିନିଟ ୩୨ ସେକେଣ୍ଡରେ କ୍ଲିକ୍‌ କରନ୍ତୁ। ଓଡ଼ିଶାର ଜଣାଶୁଣା ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ାଙ୍କଠାରୁ ପରାମର୍ଶ ନିଅନ୍ତୁ।

  • କେମିତି ଜାଣିବେ ଆପଣ କରୋନା ସଂକ୍ରମିତ କି ନୁହେଁ?
  • କେଉଁ ସାବଧାନତା ଆପଣେଇବେ?
  • କେତେବେଳେ ମେଡିକାଲ ଯିବେ?

ନୂତନ ଭାବେ ଆରମ୍ଭ ହୋଇଥିବା ‘ଇନ୍‌ସାଇଡ୍ ଆଉଟ୍ ଉଇଥ୍ ନୀଳାମ୍ଵର’ରେ ଏହିଭଳି ତମାମ ପ୍ରଶ୍ନର ପ୍ରାଞ୍ଜଳ ଭାବେ ଉତ୍ତର ଦେଇଛନ୍ତି ଓଡ଼ିଶାର ଜଣାଶୁଣା ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା।

(ଘରୁ ବାହାରିବେ ମାତ୍ରେ ସବୁବେଳେ ମାସ୍କ ପିନ୍ଧନ୍ତୁ। ସାବୁନ କିମ୍ଵା ସାନିଟାଇଜରରେ ବାରମ୍ବାର ହାତ ଧୁଅନ୍ତୁ। ଅନ୍ୟଠାରୁ ୨ ମିଟର ବା ୬ ଫୁଟ ଦୂରତା ରକ୍ଷା କରନ୍ତୁ। ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ସତର୍କ ରହନ୍ତୁ, ସୁରକ୍ଷିତ ରହନ୍ତୁ।)

Comment