ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଗତ ୨୪ ଘଣ୍ଟାରେ ୪୭,୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହିତ ୨୭୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏବେ ସୁଦ୍ଧା ମୋଟ ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮ ଜଣ ସଂକ୍ରମିତ ହୋଇଥିଲା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧ କୋଟି ୧୨ ଲକ୍ଷ ୦୫ ହଜାର ୧୬୦ ଜଣ।

ସେହିପରି ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧କୁ ବୃଦ୍ଧି ଘଟିଛି। ଏବେ ଦେଶରେ ସକ୍ରିୟ କରୋନା ମାମଲା ୩ ଲକ୍ଷ ୬୮ ହଜାର ୪୫୬ ରହିଛି। ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶରେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୫,୦୮,୪୧,୨୮୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଦେଶରେ ଏବେବି ଟିକାକରଣ ଜାରି ରହିଛି।

Comment