ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ଭିତରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ କି ନାହିଁ ତାହା ଏବେ ଆଶଙ୍କାରେ।

କରୋନା ସଙ୍କଟ ଭିତରେ ଇଂଲଣ୍ଡରେ ପଡ଼ିଆକୁ ଫେରିଛି କ୍ରିକେଟ। ତେଣୁ କ୍ରିକେଟ ପ୍ରେମୀମାନେ ମଧ୍ୟ ଆଇପିଏଲ ଟୁର୍ଣ୍ଣାମେଣ୍ଟ ହେବାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ କରିଲେଣି।

କରୋନା କଟକଣା ଭିତରେ ବିନା ଦର୍ଶକଙ୍କ ସହ ଆଇପିଏଲ୍ ଆୟୋଜନ ସମ୍ଭବପର ବୋଲି କ୍ରିକେଟ ବିଶେଷଜ୍ଞମାନେ ମଧ୍ୟ କହିସାରିଲେଣି। ଅନ୍ୟପଟେ ବିସିସିଆଇ ସଭାପତି ମଧ୍ୟ ଭାରତରେ ନହେଲେ ବିଦେଶରେ ଆଇପିଏଲ୍ ଆୟୋଜନ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି।CGU newଚଳିତବର୍ଷ ମାର୍ଚ୍ଚ ୨୯ ତାରିଖରେ ଆଇପିଏଲ୍ ଆୟୋଜନ ହେବାର ଥିଲା। ହେଲେ କରୋନା ସଂକ୍ରମଣ ଓ ଲକଡାଉନ୍ ପାଇଁ ପ୍ରଥମେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ପରେ ପରେ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମଧ୍ୟ ରୋକି ଦିଆଯାଇଛି।

ହେଲେ ଏହାରି ଭିତରେ କିନ୍ତୁ ୟୁଏଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଜ ଦେଶରେ ଆଇପିଏଲ୍ ଆୟୋଜନ କରିବା ପାଇଁ ବିସିସିଆଇକୁ ଅନୁରୋଧ କରିସାରିଛନ୍ତି। ତେଣୁ ଭାରତରେ ନହେଲେ ବି ବିଦେଶ ମାଟିରେ ଆଇପିଏଲ୍ ଆୟୋଜନ ହୋଇପାରେ ବୋଲି କୁହାଯାଉଛି।

ଏହା ପୂର୍ବରୁ ମଧ୍ୟ ଆଇପିଏଲ୍ ବିଦେଶରେ ଆୟୋଜନ ହୋଇସାରିଛି। ୨୦୦୯ ମସିହାରେ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ସେ ବର୍ଷ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ତେଣୁ କରୋନା ସଙ୍କଟ ଭିତରେ ଭାରତରେ ନହେଲେ ବି ବିଦେଶରେ ଆଇପିଏଲ୍ ହୋଇପାରିବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି।

Comment