ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡିଶାକୁ ଦୁର୍ନୀତିମୁକ୍ତ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଶନିବାର ଦିନ ଏକ ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭିଡ଼ିଓ କନଫରେନସିଂରେ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେତେ ସବୁ କାର୍ଯ୍ୟକ୍ରମ କରାଯାଉଛି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏହି ବୈଠକରେ  ଆଲୋଚନା ହୋଇଛି।

ଏହି ଭର୍ଚୁଆଲ ମିଟିଂରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଓଡ଼ିଶାକୁ ଗୁରୁତ୍ୱ ଦେଇଆସିଛନ୍ତି। ବିଶେଷ କରି ପୂର୍ବ ଭାରତର ରାଜ୍ୟମାନଙ୍କରେ ବିକାଶର ନୂଆ ନୂଆ ପରୀକ୍ଷା ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି। ପ୍ରଧାନ କହିଲେ ଯେ ଦେଶର ୧୧୫ଟି ଏସ୍ପିରେସନଲ ଜିଲ୍ଲାମାନଙ୍କ ମଧ୍ୟରେ ଓଡ଼ିଶାର ୧୦ ଜିଲ୍ଲା ରହିଛି।CGU new

ତା’ ଛଡ଼ା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ବିଗତ ତିନି ମାସ ମଧ୍ୟରେ ଓଡ଼ିଶା ସର୍ବାଧିକ ସୁବିଧା ପାଇଛି। ଅନ୍ୟ ସବୁ କାର୍ଯ୍ୟକ୍ରମ ଯଥା ଆତ୍ମନିର୍ଭର ଭାରତ  ଓ ଉଜ୍ଜ୍ୱଳା ଯୋଜନାରେ ମଧ୍ୟ ରାଜ୍ୟର ବେଶ କିଛି ଲୋକ ଉପକୃତ ହୋଇପାରିଛନ୍ତି। ପ୍ରଧାନ କହିଲେ ଯେ ଏସବୁ କଥା ଲୋକଙ୍କ ପାଖରେ ପହଞ୍ଚିବା ଦରକାର।

ସମୀର ମହାନ୍ତି କହିଲେ ଯେ ଟିମୱାର୍କ ଜରିଆରେ ଦଳର ସଙ୍ଗଠନକୁ ସୁଦୃଢ଼ କରାଯିବା ଆବଶ୍ୟକ। ସେ କହିଲେ ଭାରତର ବିକାଶ ପ୍ରକ୍ରିୟା ସହିତ ଓଡିଶାକୁ ଯୋଡ଼ିବାକୁ ହେବ ଏବଂ ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ହେବ। ଦଳର ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଲେ ଯେ କରୋନା ପରିଚାଳନାରେ ଓଡ଼ିଶା ସରକାର ପୂରା ଫେଲ ମାରିଛନ୍ତି।

ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଓ ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଏବଂ ଜାତୀୟ ସଂଗଠନ ସମ୍ପାଦକ ବିଏଲ ସନ୍ତୋଷ ମଧ୍ୟ ଏହି ବୈଠକରେ ଉଦବୋଧନ ଦେଇଥିଲେ।

Comment