ଓଡ଼ିଶାଲାଇଭ୍ ବ୍ୟୁରୋ

tulsi kadha-1

ବର୍ଷାଦିନରେ ବିଭିନ୍ନ ପ୍ରକାରର ରୋଗ ଯଥା କାଶ, ସର୍ଦ୍ଦି, ଛିଙ୍କ ଆଦି ମାଡ଼ ବସିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏହି ସମୟରେ ନିଜକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ ହୋଇପଡ଼ିଛି। ଆଜି ଆମେ ଆପଣଙ୍କୁ କହିବୁ ଘରି କିପରି ବନାଇବେ ତୁଳସୀ କାଢ଼ା। ତୁଳସୀରେ ଭରି ରହିଛି ଔଷଧୀୟ ଗୁଣ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅନ୍ୟ ରୋଗଠାରୁ ଦୂରେଇ ରଖେ।

ଆବଶ୍ୟକୀୟ ସାମଗ୍ରୀ– ତୁଳସୀ ପତ୍ର ୫ରୁ ୧୦ଟି, ଗୁଜୁରାତି ୨ରୁ ୩ଟି, ଗୋଲମରିଚ ଗୁଣ୍ଡ ଅଧା ଚାମଚ, ଅଦା ଛୋଟ ଖଣ୍ଡେ

CGU new

ପ୍ରସ୍ତୁତି ପ୍ରଣାଳୀ-

-ଗୋଟିଏ ପାତ୍ରରେ ଦେଢ଼ କପ ପାଣି ଗରମ କରନ୍ତୁ।

-ଏହାପରେ ଏଥିରେ ତୁଳସୀ ପତ୍ର, ଗୁଜୁରାତି, ଗୋଲମରିଚ ଗୁଣ୍ଡ ଏବଂ ଅଦା ପକାଇ 20 ମିନିଟ୍ ଫୁଟାନ୍ତୁ।

tulsi-kadha-2

-ପାଣିର ପରିମାଣ ଅଧା ହୋଇଗଲେ ଏହାକୁ ଛାଣି ସାମାନ୍ୟ ଥଣ୍ଡା ହେବାକୁ ଦିଅନ୍ତୁ।

-ଏହାର ସ୍ୱାଦରେ ପରିବର୍ତ୍ତନ ପାଇଁ ଆପଣ ଚାହିଁଲେ ଏଥିରେ ମହୁ ମିଶାଇ ପାରିବେ।

ଏହାକୁ ସକାଳେ ଏବଂ ସଂଧ୍ୟାବେଳେ ଦୁଇଥର ପିଇବା ଶରୀର ପାଇଁ ବେଶ୍ ଉପକାରୀ। ଏହା ଶରୀରର ଇମ୍ୟୁନିଟି ବଢ଼ାଇବା ସହ ମେଟାବୋଲିଜିମକୁ ମଧ୍ୟ ବଢ଼ାଇଥାଏ। ଯାହାଦ୍ୱାରା ଶରୀରରେ ଜମିଥିବା ଚର୍ବି ସହ ଓଜନ ମଧ୍ୟ କମ ହୁଏ। ତୁଳସୀ କାଢ଼ା ପିଇବା ଦ୍ୱାରା ଥଣ୍ଡା, ସର୍ଦ୍ଦି, କାଶ, ଗଳାବଥା ଆଦି ରୋଗରୁ ଉପଶମ ମିଳେ।

Comment