ଓଡ଼ିଶାଲାଇଭ୍ ବ୍ୟୁରୋ

green tea face spray

 

ବର୍ତ୍ତମାନର ଜୀବନଶୈଳୀ ଏତେ ବ୍ୟସ୍ତତା ଭିତରେ କଟୁଛି ଯେ ନିଜ ଶରୀରର ଯତ୍ନ ନେବା ଅନେକ କ୍ଷେତ୍ରରେ ସମ୍ଭବ ହୋଇପାରୁନାହିଁ। ତେବେ ଚାପ ବା ଚିନ୍ତା ତଥା ପରିବେଶ ପ୍ରଦୂଷଣର ପ୍ରଭାବ ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ। ଏପରି ବିଭିନ୍ନ କାରଣ ଯୋଗୁଁ ତ୍ୱଚାର ଚମକ ମଳିନ ପଡ଼ିଯାଏ। ସେଥିପାଇଁ ତ୍ୱଚାର ଯତ୍ନ ନେବା ନିହାତି ଆବଶ୍ୟକ। ଗ୍ରୀନ ଟିରେ ରହିଛି ଅନେକ ପୋଷକ ତତ୍ତ୍ୱ ଯାହା ଶରୀର ସହ ତ୍ୱଚା ପାଇଁ ମଧ୍ୟ ଉପଯୋଗୀ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଗ୍ରୀନ ଟି ଫେସ୍ ସ୍ପ୍ରେ ଯାହା ତ୍ୱଚାର ସତେଜତାକୁ ବଜାୟ ରଖିଥାଏ।

CGU new

-ପ୍ରଥମେ ପ୍ୟାନରେ ପାଣି ଗରମ କରନ୍ତୁ। ଏହାପରେ ଏଥିରେ ଗ୍ରୀନ ଟି ବ୍ୟାଗ୍ ପକାଇ ୨୦ ମିନିଟ୍ ଯାଏଁ ଛାଡ଼ିଦିଅନ୍ତୁ। ପରେ ଏଥିରେ ଭିଟାମିନ୍ ଇ କ୍ୟାପସୁଲ୍ ପକାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।

green tea face spray

-ପରେ ଏହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତୀ କରି ଥଣ୍ଡା ହେବା ପାଇଁ ଫ୍ରିଜ୍ରେ ରଖିଦିଅନ୍ତୁ। ଏହି ସ୍ପ୍ରେକୁ ରାତିରେ ଶୋଇବା ପୂର୍ବରୁ ବା ସକାଳୁ ମୁହଁ ଧୋଇବା ପରେ ବ୍ୟବହାର କରିପାରିବେ।

-ଏହି ମିଶ୍ରଣକୁ ପ୍ରତିଦିନ ମୁହଁରେ ସ୍ପ୍ରେ କରିବା ଦ୍ୱାରା ମୁହଁରୁ ଦାଗ ଓ ବ୍ରଣ ଆଦି ଦୂର ହୋଇଥାଏ। ଏହା ଚେହେରାର ଚମକ ବଢ଼ାଇଥାଏ।ଏହାର ବ୍ୟବହାର ଦ୍ୱାରା ତ୍ୱଚା ହାଇଡ୍ରେଟ୍ ରହିବା ସହ ଇନଫେକ୍ସନ, ଏଲର୍ଜି ଆଦିର ଭୟ ନଥାଏ।

Comment