ଓଡିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଟୁଇଷ୍ଟ ଆଣିଛି ସୁଇସାଇଡ୍ ନୋଟ୍। ଆଦିତ୍ୟ ନିଜେ ଏହି ସୁଇସାଇଡ୍ ନୋଟ୍ ଲେଖିଥିବା ହ୍ୟାଣ୍ଡରାଇଟିଂ ବ୍ୟୁରୋ ସ୍ପଷ୍ଟ କରିଛି। ଏନେଇ ଜିଆରପିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବିଶେଷଜ୍ଞଙ୍କ ମତାମତ ପରେ ଜିଆରପିକୁ ଏହି ରିପୋର୍ଟ ହସ୍ତାନ୍ତର କରାଯାଇଛି। ମୃତ୍ୟୁ ପୂର୍ବରୁ ଆଦିତ୍ୟ ନିଜେ ଏହି ସୁଇସାଇଡ୍ ନୋଟ୍ ଲେଖିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି।

ଗତ ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ମିଳିଥିଲା। ଏହାପରେ ତାଙ୍କ ହାତଲେଖା ଡାଏରୀ ପୋଲିସର ହସ୍ତଗତ ହୋଇଥିଲା। ଏହି ଡାଏରୀକୁ ନେଇ ବହୁ ବାଦବିବାଦ ଦେଖାଦେଇଥିଲା। ତେବେ ଏହି ଡାଏରୀରେ ଲେଖାଥିବା ହସ୍ତାକ୍ଷର ଆଦିତ୍ୟଙ୍କର କି ନୁହେଁ ତାହା ଜାଣିବା ପାଇଁ ଡାଏରୀଟିକୁ ହ୍ୟାଣ୍ଡରାଇଟିଂ ବ୍ୟରୋକୁ ପଠାଯାଇଥିଲା।

ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ, ସାଙ୍ଗ ଏବଂ ଶ୍ଵଶୁର ଘର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ପୁରୁଷୋତ୍ତମ ଏକ୍ସପ୍ରେସର ଡ୍ରାଇଭର ମଧ୍ୟ ବୟାନ ଦେଇ ସାରିଛନ୍ତି। ଜୁଲାଇ ୬ ତାରିଖ ରାତିରେ ଟ୍ରେନ କାହାକୁ ଧକ୍କା ଦେଇନଥିବା ସେ ନିଜ ବୟାନରେ କହିଛନ୍ତି।CGU newବର୍ତ୍ତମାନ ପର୍ଯ୍ୟନ୍ତ ଆଦିତ୍ୟଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେନେଇ ଜିଆରପି ପୋଲିସ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ।

Comment