ଓଡିଶାଲାଇଭ୍ ବ୍ୟୁରୋaditya-dash-1

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ତଦନ୍ତକାରୀ ଟିମ୍ ଆଦିତ୍ୟଙ୍କ ଘରକୁ ଯାଇ ପତ୍ନୀ ବିଦ୍ୟାଶ୍ରୀଙ୍କୁ ପଚରାଉଚରା ଜାରି ରଖିଛି। ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ଏହା ପୂର୍ବରୁ ଜିଆର୍‌ପି ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିସାରିଛି। କ୍ରାଇମ୍‌ବ୍ରାଞ୍ଚର ଏହି ଜେରା ପରେ ଆଉ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି କୁହାଯାଉଛି। ଘଟଣା ଦିନ ରାତିରେ ଉଭୟଙ୍କ ମଧ୍ୟରେ କେଉଁ କାରଣରୁ ପାଟିତୁଣ୍ଡ ହୋଇଥିଲା ସେନେଇ ଅଧିକ ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି।Aditya-Dash-1ଗତକାଲି କ୍ରାଇମ୍‌ବ୍ରାଞ୍ଚ ଆଦିତ୍ୟଙ୍କ ସାଙ୍ଗ ପପୁ, ବିକାଶ ଏବଂ ପ୍ରୀତମ୍‌ଙ୍କୁ ପଚରାଉଚରା କରିସାରିଛି। ଏଥିସହ ତଦନ୍ତକାରୀ ଟିମ୍‌ ଆଦିତ୍ୟଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଯାଇ ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିଛନ୍ତି।

ଗତ ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍‌ରୁ ମିଳିଥିଲା। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେନେଇ ବିବାଦ ଲାଗିରହିଛି।

Comment