ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ନୂଆକଥା ପଦାକୁ ଆସୁଛି। ଏହାରି ଭିତରେ ଆଜି ଆଦିତ୍ୟଙ୍କ ଡାଏରୀରେ ଲେଖାଥିବା ସୁଇସାଇଡ୍ ନୋଟ ତାଙ୍କର କି ନୁହେଁ ତାହା ଜାଣିବା ପାଇଁ ଏହାକୁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯାଇଛି।

ଏଠାରେ ସେହି ଡାଏରୀରେ ଲେଖାଥିବା ଅକ୍ଷର ଆଦିତ୍ୟଙ୍କର କି ନୁହେଁ ତାହା ଯାଞ୍ଚ କରାଯିବ। ଏହା ଜାଣିବା ପରେ ତାଙ୍କର ମୃତ୍ୟୁ ଉପରେ ରହିଥିବା ପରଦା ଉଠିପାରିବ ବୋଲି କୁହାଯାଉଛି।ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କ ରୁମରୁ ଚାରିପୃଷ୍ଠାର ଏକ ସୁଇସାଇଡ୍ ନୋଟ ମିଳିଥିଲା। ଯେଉଁଥିରେ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଲେଖାଥିଲା। ହେଲେ ଏହି ସୁଇସାଇଡ୍ ନୋଟ ତାଙ୍କ ସ୍ୱାମୀଙ୍କ ହାତ ଲେଖା ନୁହେଁ ବୋଲି ସ୍ତ୍ରୀ ବିଦ୍ୟାଶ୍ରୀ ଦାବି କରୁଛନ୍ତି। ଏହାକୁ ଅନ୍ୟ କେହି ଲେଖିଛନ୍ତି ବୋଲି ସେ କହିଛନ୍ତି। ତେଣୁ ପୋଲିସ ଏହାକୁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ଆଣି ଯାଞ୍ଚ ଆରମ୍ଭ କରିଛି।CGU newଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ ନିକଟରେ ଏକ ରକ୍ତ ଜୁଡୁବୁଡୁ ମରଶରୀର ଦେଖିବାକୁ ମିଳିଥିଲା। ଏହାପରେ ସୂଚନା ପାଇ ଜିଆରପି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ମରଶରୀରଟି ଆଦିତ୍ୟଙ୍କର ବୋଲି ଜଣାପଡ଼ିଥିଲା। ଆଦିତ୍ୟଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସୋସିଆଲ୍ ମିଡିଆରେ ମଧ୍ୟ ଏକପ୍ରକାର ଚହଳ ପଡ଼ିଯାଇଥିଲା। କାହିଁକି ନା ଆଦିତ୍ୟ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ଥିବା ସହ ମୋଟିଭେସନାଲ୍ ଭିଡିଓ କରୁଥିଲେ। ତାଙ୍କର ୮୭ ହଜାର ଫଲୋୟର ମଧ୍ୟ ଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏହି ମୃତ୍ୟୁ ଘଟଣା ହତ୍ୟା ନା ଆତ୍ମହତ୍ୟା ଜଣାପଡିନାହିଁ।

Comment