ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡ଼ୁ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ଏଥିରେ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍‌ର ମ୍ୟାନେଜର ନୃସିଂହ ଚରଣ ସେଠୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ କାର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ନୃସିଂହ ଡ୍ୟୁଟି ସାରି କାର ଡ୍ରାଇଭରଙ୍କ ସହ ଆଇଓସିଏଲ୍ ଡିପୋରୁ ଭୁବନେଶ୍ୱର ଯାଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଛଣଘର ପଞ୍ଚାୟତ ମଧୁରୀକୁଣ୍ଡ ତାରିଣୀ ମନ୍ଦିର ନିକଟରେ ତାଙ୍କ କାର୍ ଉପରକୁ ବୋମାମାଡ଼ କରିଥିଲେ। ଏଥିରେ ନୃସିଂହ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କ ଗାଡ଼ି ଡ୍ରାଇଭର ଆହତ ହୋଇଛନ୍ତି। ଏନେଇ ନୃସିଂହ ବୋଲି ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି।CGU newକିଛି ଦିନ ତଳେ ନୃସିଂହ ଚୋରା ତେଲ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେ ଆଇଓସିଏଲ୍ ଡିପୋରେ ସିସିଟିଭି ମଧ୍ୟ ଲଗାଇଥିଲେ। ତେଣୁ ଚୋରା ତୈଳ ମାଫିଆ ଓ ଦାଦାବଟିକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଜଟଣୀ ପୋଲିସ ଓ ଭୁବନେଶ୍ଵର ଡିସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Comment