ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୩ରେ ରାକ୍ଷୀ ପୂର୍ଣ୍ଣିମା। କରୋନା ଲାଗି ରାକ୍ଷୀ ବଜାର ବନ୍ଦ। ତେଣୁ ଏଥର ଘରେ ରାକ୍ଷୀ ତିଆରି କରି ଭାଇ ହାତରେ ବାନ୍ଧନ୍ତୁ।

ରାକ୍ଷୀ ପୂର୍ଣ୍ଣିମାରେ ଏଥର ବାଧକ ସାଜିଛି କରୋନା। ରାକ୍ଷୀ ପୂର୍ଣ୍ଣିମାକୁ ଆଉ କେଇଟା ଦିନ ଥିଲା ବେଳେ ଲକଡାଉନ, ସଟଡାଉନ ପାଇଁ ଏଯାଏଁ ମାର୍କେଟକକୁ ଆସିନି ରାକ୍ଷୀ। ଏଭଳି ସ୍ଥିତିରେ ରାକ୍ଷୀ ପୂର୍ଣ୍ଣିମା କେମିତି ପାଳିତ ହେବ ସେନେଇ ସମସ୍ତେ ଚିନ୍ତାରେ।

ତେବେ ରାକ୍ଷୀର ଏହି ସମସ୍ୟାକୁ ସମାଧନ କରିପାରେ ଡିଜିଟାଲ ବ୍ୟବସ୍ଥା ନହେଲେ ଘର ତିଆରି ବା ହାତ ତିଆରି ରାକ୍ଷୀ। କିନ୍ତୁ ସବୁଠି ଏହି ଅନଲାଇନ ଡେଲିଭରି ବ୍ୟବସ୍ଥା ଉପଲବ୍ଧ ନଥାଇ ପାରେ। ତେଣୁ ଗାଁରୁ ସହର ସମସ୍ତଙ୍କ ପାଇଁ ହାତ ତିଆରି ରାକ୍ଷୀ ହିଁ ସବୁଠୁ ଭଲ।

ଏହି ହାତ ତିଆରି ରାକ୍ଷୀ ଆପଣ ଅତି ସହଜରେ ଅଳ୍ପ ଖର୍ଚ୍ଚରେ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଆପଣଙ୍କୁ କେବଳ କିଛି ଜିନିଷର ଆବଶ୍ୟକତା ପଡ଼ିପାରେ।

ଏହି ଜିନିଷ ହେଲା ଚୁମ୍‌କି, ମାଳି ଭଳିକି ଭଳି କାଗଜ, ରଙ୍ଗିନ ସୂତା, ରଙ୍ଗ ବେରଙ୍ଗ ମୋତି, ଛୁଞ୍ଚି, ଅଠା ଇତ୍ୟାଦି।CGU new

ଏହି ରାକ୍ଷୀ ତିଆରି ପାଇଁ ଆପଣଙ୍କୁ ୟୁଟ୍ୟୁବ ଅନେକାଂଶରେ ସାହାଯ୍ୟ କରିପାରିବ। କାରଣ ୟୁଟ୍ୟୁବରେ ଅନେକ ଭିଡିଓ ରହିଛି ଯେଉଁଠାରୁ ଆପଣ ଘରେ ରାକ୍ଷୀ କିଭଳି ତିଆରି କରିପାରିବେ ତାହା ଶିଖି ପାରିବେ।

ଘରେ ପ୍ରସ୍ତୁତ ହେଉଥିବା ରାକ୍ଷୀ ମଧ୍ୟରୁ ମୋତି ରାକ୍ଷୀ ସବୁଠୁ ସହଜ। ଏଥିପାଇଁ ଆପଣଙ୍କୁ ବେଶୀ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। କେବଳ କିଛି ରଙ୍ଗ ବେରଙ୍ଗ ମୋତି, ଛୁଞ୍ଚି ସୂତାର ଦରକାର ହୋଇଥାଏ।

ମୋତି ରାକ୍ଷୀ କେମିତି କରିବେ?

ପ୍ରଥମେ ଆପଣ ଛୁଞ୍ଚିରେ ସୂତା ପୂରାଇ ସୂତାରେ ଗୋଟିଏ ଗଣ୍ଠି ଦିଅନ୍ତୁ। ଏହାପରେ ସୂତାର କିଛି ଅଂଶ ଛାଡ଼ି ଛୁଞ୍ଚି ସାହାଯ୍ୟରେ ୩ଟି ଛୋଟ ମାଳି ଘୁନ୍ଥି ଦିଅନ୍ତୁ। ଏହାପରେ ଗୋଟିଏ ଭିନ୍ନ ରଙ୍ଗର ବଡ଼ ମୋତି ମାଳି ନିଅନ୍ତୁ ଏବଂ ପୁଣି ୩ଟି ଛୋଟ ମୋତି ମାଳି ନିଅନ୍ତୁ।

ଏବେ ଛୋଟ ମାଳି ପାଖରେ ଆଉ ଗୋଟିଏ ଗଣ୍ଠି ଦିଅନ୍ତୁ। ଗଣ୍ଠି ଦେବା ପରେ ଅଂଶ ଛାଡ଼ି ସୂତାକୁ କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମୋତି ରାକ୍ଷୀ। ଯଦି ଆପଣ ଯଦି ନୂଆ ଷ୍ଟାଇଲର ରାକ୍ଷୀ ପ୍ରସ୍ତୁତ କରିବାକୁ ଚାହିଁବେ ତେବେ ଆପଣ ଭିଡିଓ ଦେଖି ଏହାକୁ ପ୍ରସ୍ତୁତ କରିପାରିବେ।

ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ। ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତା’ର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ।

Comment