ଓଡିଶାଲାଇଭ୍ ବ୍ୟୁରୋ

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କରୋନା ସଙ୍କଟ ସମୟରେ ଆରବିଆଇର ମନିଟାଇଜେସନ ପ୍ରୋଗ୍ରାମ ବା ଆର୍ଥିକ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଯେଉଁ ବାଟ ଧରିଛି ସେଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ରାଜନ କହିଛନ୍ତି। ତା’ ଛଡ଼ା ଏହା ସମାଧାନର ବାଟ ନୁହେଁ ବୋଲି ସେ ମତ ଦେଇଛନ୍ତି। ଆର୍ଥିକ ସଙ୍କଟ ଚାଲିଥିବା ବେଳେ ରିଜର୍ଭ ବ୍ୟାଙ୍କ ଯେଉଁଭଳି ସରକାରୀ ବଣ୍ଡ୍ କିଣି ସରକାରଙ୍କୁ ଋଣ ଦେଇ ଚାଲିଛନ୍ତି ତାହାକୁ ସେ ନାପସନ୍ଦ କରିଛନ୍ତି।

ସିଙ୍ଗାପୁରରେ ଡିବିଏସ ବ୍ୟାଙ୍କ ଦ୍ୱାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ରାଜନ କହିଛନ୍ତି ଯେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ସୁବିଧା ବାଟଟି ଧରିଛି ତାହା ଠିକ ନୁହେଁ ଓ କୌଣସି ଜିନିଷ କେବେ ମାଗଣାରେ ଆସେ ନାହିଁ। ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ନିଜେ ଋଣ କରି ଯେଉଁଭଳି ସରକାରଙ୍କୁ ଉଧାର ଦେଇ ଚାଲିଛି ତାହା କଦାପି ଉଚିତ ନୁହେଁ। ବ୍ୟାଙ୍କଗୁଡ଼ିକଠାରୁ ଅର୍ଥ ଆଣି ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଋଣ ଦେବା ଘଟଣାକୁ ସେ ସମାଲୋଚନା କରିଛନ୍ତି।

ଦେଶର ଖରାପ  ଆର୍ଥିକ ସ୍ଥିତିକୁ ଦେଖି ରିଜର୍ଭ ବ୍ୟାଙ୍କ ଅଧିକ ନୋଟ ଛାପିବା ଉଚିତ ବୋଲି କିଛି ଅର୍ଥନୀତିଜ୍ଞ ମତ ଦେଇଛନ୍ତି। ଏନେଇ ରାଜନ କହିଛନ୍ତି ଯେ ନୋଟ ଛାପିବାର ମଧ୍ୟ ଗୋଟିଏ ସୀମା ଅଛି ଓ ଏହା ବେଶି ଦିନ ଚାଲି ପାରିବ ନାହିଁ।CGU newରାଜନ ଚେତାବନୀ ଦେଇ କହିଛନ୍ତି ଯେ ଲକ୍‌ଡାଉନ୍ ପୂରା ଉଠିବା ପରେ କର୍ପୋରେଟ ଉପରେ ଏହାର ପ୍ରକୃତ ପ୍ରଭାବ ପଡ଼ିବା ଆରମ୍ଭ ହେବ। ଆଗାମୀ ଦିନରେ ବ୍ୟାପକ ପରିମାଣର ବ୍ୟାଙ୍କ ଋଣ ପରିଶୋଧ ହେବ ନାହିଁ ବୋଲି ସେ ସତର୍କ କରି ଦେଇଛନ୍ତି।

Comment