ଓଡ଼ିଶାଲାଇଭ୍ ବ୍ୟୁରୋ

Srinagar encounter

ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଭାରତୀୟ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଭାରତର ଜଣେ ଯବାନଙ୍କୁ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶ୍ରୀନଗରର ରାମଭିଲହର ପରିମାପୋରାଠାରେ ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ଏହା ପରେ ଶ୍ରୀନଗର ପୋଲିସ୍ ଏବଂ ସିଆରପିଏଫ୍ ଯବାନ ସେହି ଅଞ୍ଚଳରେ ପହଞ୍ଚି ଆତଙ୍କବାଦୀଙ୍କୁ ଚାରିପଟୁ ଘେରି ଯାଇଥିଲେ।

CGU new

ସେହି ସମୟରେ ଲୁଚିଥିବା ଆତଙ୍କବାଦୀମାନେ ପୋଲିସ ଓ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏଥିରେ ଜଣେ ଯବାନଙ୍କ ଦେହରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଆଉ ଅଧିକ ସୂଚନା ମିଳିପାରିନାହିଁ।

Comment