ଓଡିଶାଲାଇଭ୍ ବ୍ୟୁରୋ
ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୁଣି ୯୧ ବସ୍ତା ଗଞ୍ଜେଇ ଜବତ କରିଛି ଜୟପୁର ସଦର ପୋଲିସ। ରବିବାର ୨୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜୟପୁର ଏସ୍ଡିପିଓ ବରୁଣ ଗୁଣ୍ଠୁପାଲି ସୂଚନା ଦେଇଛନ୍ତି।
ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଟ୍ରକ୍, ୩ଟି ବାଇକ, ବୋଲେରୋ ଗାଡ଼ି ଏବଂ ଏକ ପିକ୍ଅପ୍ ଭ୍ୟାନ୍କୁ ଜବତ କରାଯାଇଛି। ଏଥିସହ ସେମାନଙ୍କ ଠାରୁ ୪ଟି ମୋବାଇଲ ଏବଂ ନଗଦ ୧୨୩୦ ଟଙ୍କା ଜବତ କରାଯାଇଛି।
ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଏଥିରେ ଜଡ଼ିତ ଥିବା ଆଉ ୪ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଇମ୍ରାନ ଓ ପ୍ରଶାନ୍ତଙ୍କ ସମେତ ଆଉ ୨ ସହଯୋଗୀ ଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଏସ୍ଡିପିଓ ସୂଚନା ଦେଇଛନ୍ତି।


















