ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ରାୟଗଡ଼ା ପୋଲିସ ଶନିବାର ଆମ୍ବାଗୁଡ଼ା ଛକରେ ଏକ ଟ୍ରକ ଉପରେ ଚଢ଼ାଉ କରି ୧୦ କ୍ଵିଣ୍ଟାଲରୁ ଊର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଜବତ କରିଛି। ତେବେ ଟ୍ରକ ଡ୍ରାଇଭରଜଣକ କୌଶଳକ୍ରମେ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଉକ୍ତ ଟ୍ରକଟି ଗତକାଲି ସ୍ଥାନୀୟ ଆମ୍ବାଗୁଡା ଛକ ନିକଟରେ ଅଟକି ରହିଥିଲା। ପୋଲିସର ସନ୍ଦେହ ହେବାରୁ ଗାଡ଼ିଟିକୁ ଯାଞ୍ଚ୍ କରାଯାଇଥିଲା। ଯାଞ୍ଚ୍ ସମୟରେ ଟ୍ରକରେ ୧୦ କ୍ଵିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ପ୍ୟାକେଟ ଥିବା ଜଣାପଡ଼ିଥିଲା।ଟ୍ରକଟି ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଦୀର୍ଘଦିନରୁ ଏହା ଚୋରି ହୋଇଯାଇଥିଲା। ଗାଡ଼ି ମାଲିକ ଏ ନେଇ ଥାନାରେ ଅଭିଯୋଗ କଲା ପରେ ପୋଲିସ ଗାଡ଼ି ବିଷୟରେ ଅନୁସନ୍ଧାନ ଚଳାଇଥିଲା। ଗତକାଲି ଗାଡ଼ିଟି ଜବତ ହେବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା।

ତେବେ ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ଗାଡ଼ିଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

Comment