ଓଡ଼ିଶାଲାଇଭ୍ ବ୍ୟୁରୋ

କାରଗିଲ ଯୁଦ୍ଧ କେବଳ ଦୁଇ ଦେଶ ମଧ୍ୟରେ ଯୁଦ୍ଧର କାହାଣୀ ନୁହେଁ। ଏହା ଭାରତୀୟ ସୈନ୍ୟବାହିନୀର ବୀରତ୍ୱ, ବଳିଦାନ ଏବଂ ଉତ୍ସର୍ଗର କାହାଣୀ। ଯେଉଁମାନେ ଧଳା ବରଫକୁ ନିଜ ରକ୍ତରେ ଲାଲ କରିଦେଇଥିଲେ।

ଆଜିର ଦିନ ସେହି ବୀର ଯବାନଙ୍କ ବିଜୟ ପାଇଁ ସମର୍ପିତ ହୋଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଓ ସିଡିଏସ୍‌ ମୁଖ୍ୟ ବିପିନ ରାଓ୍ୱତ ଓ ୩ ସେନା ମୁଖ୍ୟ ଦିଲ୍ଲୀରେ ନ୍ୟାସନାଲ ଓ୍ୱାର ମେମୋରିଆଲ ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ପ୍ରତିବର୍ଷ ସେନା ପକ୍ଷରୁ ବିଜୟ ଦିବସ ପାଳନ ପାଇଁ ବିଶେଷ କାର୍ଯ୍ୟମାନ ହୋଇଥାଏ। ଦିଲ୍ଲୀରେ ଓ ଡ୍ରାସ କାରଗିଲ ସ୍ମାରକୀ ଭବ୍ୟ କାର୍ଯ୍ୟକ୍ରମ ହୋଇଥାଏ। ଏଥର କିନ୍ତୁ କରୋନା ଓ ଚୀନ ସହ ବିବାଦ ଯୋଗୁଁ କାରଗିଲ ବିଜୟ ଦିବସ ଫିକା ପଡ଼ିଛି। କୌଣସି ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇନାହିଁ।

Comment