ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନୋଟି ଉଚ୍ଚ ଦକ୍ଷତାବିଶିଷ୍ଟ କୋଭିଡ୍ ପରୀକ୍ଷଣ କେନ୍ଦ୍ରର ଉଦଘାଟନ କରିବେ। ଭିଡିଓ କନଫେରେନ୍ସିଂ ଜରିଆରେ ନୋଏଡ଼ା, ମୁମ୍ବାଇ ଏବଂ କୋଲକାତାଠାରେ ଏହି ପରୀକ୍ଷଣ କେନ୍ଦ୍ରର ଉଦଘାଟନ ହେବ।

ଏହି ଉଚ୍ଚ ଦକ୍ଷତାବିଶିଷ୍ଟ ପରୀକ୍ଷଣ କେନ୍ଦ୍ର ଗୁଡ଼ିକ ଦ୍ୱାରା ଦେଶରେ କରୋନା ପରୀକ୍ଷଣ କ୍ଷମତା ବଢ଼ିବା ସହ ପ୍ରାରମ୍ଭରୁ ହିଁ ଆକ୍ରନ୍ତଙ୍କୁ ଚିହ୍ନଟ କରିହେବ। ଏହା ସହ ଠିକ୍ ସମୟରେ କରୋନାର ଉପଚାର କରାଯାଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଗୋଟିଏ ଦିନରେ ପ୍ରାୟ ଦଶ ହଜାରରୁ ଅଧିକ ନମୁନା ସଂଗ୍ରହ କରାଯିବ।

ନୋଏଡ଼ାସ୍ଥିତ ଆଇସିଏମଆର-ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର ପ୍ରିଭେନସନ୍ ଆଣ୍ଡ୍ ରିସର୍ଚ୍ଚ, ମୁମ୍ବାଇସ୍ଥିତ ଆଇସିଏମଆର- ନାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ରିସର୍ଚ୍ଚ ଇନ୍ ରିପ୍ରଡକ୍ଟିଭ୍ ହେଲଥ ଏବଂ କୋଲକାତାସ୍ଥିତ ଆଇସିଆମଆର- ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ କୋଲେରା ଆଣ୍ଡ୍ ଏଣ୍ଟି୍ରିକ୍ ଡିଜିଜଠାରେ ଏହି କୋଭିଡ୍ ପରୀକ୍ଷଣ କେନ୍ଦ୍ର ସ୍ଥାପିତ କରାଯିବ।

covid testing centers-2

ଏହି ଅନଲାଇନ ଭିଡିଓ କନଫେରେନ୍ସିଂ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ରହିବେ। ତେବେ ଏହି ପରୀକ୍ଷଣ କେନ୍ଦ୍ରଗୁଡ଼ିକରେ କୋଭିଡ୍ ବ୍ୟତୀତ ଅନ୍ୟ ରୋଗର ମଧ୍ୟ ପରୀକ୍ଷଣ କରାଯିବ। କରୋନା ଆତଙ୍କ ଶେଷ ହେବା ପରେ ମଧ୍ୟ ଏଠାରେ ହେପାଟାଇଟିସ୍ ବି, ଏଚଆଇଭି, ମାଇକ୍ରୋବେକ୍ଟ୍ରିୟମ ଟ୍ୟୁବରକ୍ୟୁଲୋସିସ୍, ସାଇଟୋମେଗାଲୋ ଭାଇରସ, କ୍ଲୋମାଇଡିଆ, ଡେଙ୍ଗୁ ଆଦି ବିଭିନ୍ନ ରୋଗର ପରୀକ୍ଷଣ କରାଯିବ।

Comment