ଓଡ଼ିଶାଲାଇଭ୍ ବ୍ୟୁରୋ

Devishree

ଆବୁଧାବିରେ ରହୁଥିବା ଓଡ଼ିଆ ଦମ୍ପତ୍ତିଙ୍କ ଝିଅ ଦେବୀଶ୍ରୀ। ଛଅ ବର୍ଷ ବୟସରେ ଜୀବନ ହାରିଛନ୍ତି ସିନା ହେଲେ ଅଙ୍ଗଦାନ କରି ବଞ୍ଚାଇ ପାରିଛନ୍ତି ତିନୋଟି ଜୀବନ।

କୋରାପୁଟ ଜୟପୁରର ଦମ୍ପତ୍ତି ଟି.କୀର୍ତି ଏବଂ ଟି.ଅରୁଣଙ୍କ ଝିଅ ଦେବୀଶ୍ରୀ। ପିତା ମାତାଙ୍କ ସହ ସେ ଆବୁଧାବିରେ ରହୁଥିଲେ। ମାତ୍ର ଛଅ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଗଲା। ହେଲେ ମୃତ୍ୟୁ ପୂର୍ବରୁ ଦେବୀଶ୍ରୀ ତିନି ଜଣଙ୍କୁ ଦେଇ ଯାଇଛନ୍ତି ଜୀବନଦାନ।

ଦେବୀଶ୍ରୀଙ୍କ କିଡନୀ, ଫୁସ୍ଫୁସ୍ ଓ ପାନକ୍ରିଆଜ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ଉଭୟ ପିତା ମାତା। ଦେବୀଶ୍ରୀଙ୍କ ଏହି ଅଙ୍ଗକୁ ତିନି ଜଣଙ୍କଠାରେ ପ୍ରତିରୋପଣ କରାଯାଇ ତାଙ୍କୁ ନୂଆ ଜୀବନ ଦିଆଯାଇଛି। ଦେବୀଶ୍ରୀଙ୍କ ମୃତ୍ୟୁ ପରିବାର ଲୋକଙ୍କୁ ଗଭୀର କ୍ଷତ ଦେଇଥିଲେ ମଧ୍ୟ ତାଙ୍କୁ ନେଇ ସମସ୍ତେ ଗର୍ବିତ।

Devishree

ତେବେ ଦେବୀଶ୍ରୀ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ମୃତ୍ୟୁ ପୂର୍ବରୁ ନିଜ ଅଙ୍ଗ ଦାନ କରି ତିନି ଜଣଙ୍କ ଜୀବନ ବଞ୍ଚାଇ ପାରିଛନ୍ତି। ଦେବୀଶ୍ରୀଙ୍କ ଅଙ୍ଗ ଆବୁଧାବି, ଦୁବାଇ ଏବଂ ସାଉଦି ଆରବିଆର ଜଣେ ଲେଖାଏଁ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ଜୀବନ ପାଇଥିବା ତିନି ଜଣ ମଧ୍ୟରେ ଦେବୀଶ୍ରୀଙ୍କୁ ଦେଖନ୍ତି ତାଙ୍କ ମାତା-ପିତା ଓ ପରିବାର ଲୋକେ।

Comment