ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆବୁଧାବିରେ ଚାଲିଛି ଇସଲାମୀୟ ରାଷ୍ଟ୍ରୀୟ ସମ୍ମିଳନୀ। ଏଥିରେ ଯୋଗ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଓଆଇସି( ଅର୍ଗାନାଇଜେସନ ଅଫ୍‌ ଇସ୍‌ଲାମିକ କୋ-ଅପରେସନ) ସୁଷମାଙ୍କୁ ଗେଷ୍ଟ ଅଫ୍‌ ଅନର ରୂପେ ସାମିଲ କରିଛି। ପାକିସ୍ତାନ ସୁଷମାଙ୍କୁ ସାମିଲ ନକରିବା ପାଇଁ ଦାବି କରିବା ପରେ ମଧ୍ୟ ଓଆଇସି ତାଙ୍କୁ ସାମିଲ କରାଇଛି। ଫଳରେ ସମ୍ମିଳନୀରେ ପାକିସ୍ତାନ ଯୋଗ ଦେଇନି। ୫୭ଟି ଇସ୍‌ଲାମିକ ଦେଶକୁ ନେଇ ହେଉଛି ସମ୍ମିଳନୀ।

ସୁଷମା ସ୍ୱରାଜ ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଏହି ସମ୍ମଳିନୀରେ ସୁଷମା ଉଦବୋଧନ ଦେଇଛନ୍ତି।

“ଭାରତରେ ବହୁ ଭାଷୀ ମୁସଲିମ ଅଛନ୍ତି। ଭାରତ ହେଉଛି ବିବିଧତାର ଦେଶ। ଓଆଇସି ପାଇଁ ୨୦୧୯ ମହତ୍ୱପୂର୍ଣ୍ଣ ବର୍ଷ। ଭାରତରେ ସବୁଧର୍ମ ଓ ସଂସ୍କୃତିକୁ ସମ୍ମାନ ଦିଆଯାଏ”, କହିଛନ୍ତି ସୁଷମା।

ନାଁ ନନେଇ ପାକକୁ ସମାଲୋଚନା କରିଛନ୍ତି ସୁଷମା। ଲଢ଼େଇ ଧର୍ମ ବିରୋଧରେ ନୁହେଁ ବରଂ ଆତଙ୍କବାଦ ବିରୋଧରେ କହିଛନ୍ତି ସୁଷମା। ଯୁବକଙ୍କୁ ଆତଙ୍କବାଦ ନୁହେଁ, ଯୁଗ ନିର୍ମାଣରେ ନିୟୋଜନ କରାଯାଉ।

ତେବେ ଯଦି ଭାରତକୁ ଏହି ସମ୍ମିଳନୀରେ ସାମିଲ କରାଯାଏ ତେବେ ପାକିସ୍ତାନ ସମ୍ମିଳନୀରେ ଯୋଗ ଦେବନି ବୋଲି ପୂର୍ବରୁ କହିଥିଲା। ଓଆଇସିର ମହାସଚିବ ୟୁସେଫ୍‌ ବିନ ଅହମ୍ମଦ ଓଥୋଇମେନଙ୍କୁ ଏନେଇ ଚିଠି ଲେଖିଥିଲା ପାକିସ୍ତାନ।  ହେଲେ ଓଆଇସି ପାକିସ୍ତାନ କଥା ଶୁଣିନଥିଲା।

 

Comment