ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆବୁଧାବିରେ ହିନ୍ଦୀ ଭାଷାକୁ ତୃତୀୟ ସରକାରୀ ଭାଷା ଭାବେ ମାନ୍ୟତା ଦିଆଯାଇଛି। ଆରବିକ ଏବଂ ଇଂରାଜୀ ପରେ ହିନ୍ଦୀ ଭାଷାକୁ ତୃତୀୟ ସରକାରୀ ଭାଷା ଭାବେ ମାନ୍ୟତା ମିଳିଛି। ଶନିବାର ଅବୁଧାବିର ନ୍ୟାୟ ବିଭାଗ ଏଭଳି ଐତିହାସିକ ନିୟମ ଲାଗୁ କରିଛନ୍ତି। ଏହାକୁ ଆବୁଧାବିରେ ସାମ୍ବିଧାନିକ ଭାବରେ ଗ୍ରହଣ କରାଯାଇଛି।

ବର୍ତ୍ତମାନ ୟୁଏଇର ଜନସଂଖ୍ୟା ହେଉଛି ୯୦ ଲକ୍ଷ। ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଜନସଂଖ୍ୟା ବିଦେଶୀ ରାଷ୍ଟ୍ରରୁ ହୋଇଥିବା ବେଳେ ମାଟ ଜନସଂଖ୍ୟାର ୩୦ ପ୍ରତିଶତ ଲୋକ ହେଉଛନ୍ତି ଭାରତୀୟ। ଏଣିକି ଅଦାଲତର ନ୍ୟାୟ ପ୍ରକ୍ରିୟା, ସେମାନଙ୍କର ମୌଳିକ ଅଧିକାର ଏବଂ ଦାୟିତ୍ୱକୁ ବୁଝିବାରେ ଏହା ହିନ୍ଦୀ ଭାଷାଭାଷୀଙ୍କ ପାଇଁ ସହାୟକ ହେବ। ଏପରିକି ଆବୁଧାବି ନ୍ୟାୟିକ ଅଦାଲତ ୱେବସାଇଟରେ ହିନ୍ଦୀରେ ସମସ୍ତ ସୂଚନା ଉପଲବ୍ଧ ହେବ।

ଆବୁଧାବିରେ ପାଖାପାଖି ୨୬ ଲକ୍ଷ ଭାରତୀୟ ଲୋକ ବାସ କରନ୍ତି। ଅବୁଧାବି ନ୍ୟାୟ ବିଭାଗର ଅଧିକାରୀ ୟୁସେଫ ସଇଦ ଅଲ ଅବ୍ରି କହିଛନ୍ତି, ଆବୁଧାବିରେ ହିନ୍ଦୀ ଭାଷାକୁ ତୃତୀୟ ସରକାରୀ ଭାଷା ଭାବେ ମାନ୍ୟତା ଦେବା ଦ୍ୱାରା ନ୍ୟାୟିକ ମକୋଦ୍ଦମାରେ ସ୍ୱଚ୍ଛତା ଆସିବ।

Comment