ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକ ପରୀକ୍ଷା ଫେବୃଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ସରିବ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏକ ପ୍ରେସମିଟ୍ କରାଯାଇଛି। ଏହି ପ୍ରେସମିଟ୍‌ରେ ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି।

ଚଳିତ ଥର ତୃତୀୟ ଭାଷା ହିନ୍ଦୀ/ ସଂସ୍କୃତ ପରୀକ୍ଷା ଅଲଗା ଅଲଗା ଦିନରେ ହେବ।

ଫେବୃଆରୀ ୨୨ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ୨୫ରେ ଇଂରାଜୀ, ୨୭ରେ ହିନ୍ଦୀ ଏବଂ ୨୮ରେ ସଂସ୍କୃତ ପରୀକ୍ଷା ହେବ।

ସେହିପରି ମାର୍ଚ୍ଚ୨ରେ ଗଣିତ, ୬ରେ ସାଧାରଣ ବିଜ୍ଞାନ, ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

ତେବେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖକୁ ବିନା ଫାଇନରେ ଡିସେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଦ୍ୟାର୍ଥୀମାନେ ୧୫ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ। ଅନଲାଇନ ଆବେଦନ ପାଇଁ ଫି ବ୍ୟାଙ୍କ ଜରିଆରେ ଦାଖଲ ଲାଗି ସମୟ ସୀମା ୧୬ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ରଖାଯାଇଛି।

Comment