ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମଙ୍ଗଳବାର ଦିନଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସକଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିଥିଲା। ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଥିଲେ ଛାତ୍ରଛାତ୍ରୀ।

ଚଳିତ ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକ ଉପରେ ନଜର ରଖିଛି ଏଆଇ କ୍ୟାମେରା। ଏହା କପି ରୋକିବାରେ ସହାୟକ ହେବ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ପ୍ରାୟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ। ଏଥିପାଇଁ ବୋର୍ଡ ପକ୍ଷରୁ ୩ ହଜାର ୪୭ ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ଦୁର୍ଗମ ଅଞ୍ଚଳରେ ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ ସେଣ୍ଟର କରାଯାଇଛି।

ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକ ସହ ନୋଡାଲ ସେଣ୍ଟରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଲଗାଯାଇଛି। ବୋର୍ଡ ମୁଖ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ଏହା ଉପରେ ନଜର ରଖାଯାଉଛି। ଏଥିସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଇଭ ଷ୍ଟ୍ରିମିଂ ଓ୍ଵେବକାଷ୍ଟ ଲାଗି ବ୍ୟବସ୍ଥା ହୋଇଛି।

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେଉଛି। ଛାତ୍ରଛାତ୍ରୀମାନେ ୭ଟା ୩୦ରେ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ନିର୍ଦେଶ ଦିଆଯାଇଛି। ସକାଳ ୮ଟା ୧୫ ମିନିଟ ପରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲ ବୋର୍ଡ ପକ୍ଷରୁ କୁହାଯାଇଛି।

ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖ ଶେଷ ହେବ।

Tags: #Education #MatricExam #MatricExam2024 #Odisha

LEAVE A REPLY

Please enter your comment!
Please enter your name here