ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୨ରେ ପରଦାକୁ ଆସିଥିଲା ଫିଲ୍ମ ରାଓଡି ରାଠୋର। ଫିଲ୍ମକୁ ବେଶ ଲୋକପ୍ରିୟତା ମଧ୍ୟ ମିଳିଥିଲା। ଏହି ଫିଲ୍ମରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ଅଭିନେତା ଅକ୍ଷୟ କୁମାରଙ୍କ ଯୋଡ଼ିକୁ ଖୁବ ପସନ୍ଦ କରିଥିଲେ ଦର୍ଶକ। ଏଥିରେ ଅକ୍ଷୟଙ୍କର ଡବଲ ରୋଲ ଥିଲା।

ଏବେ ଏହି ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ ଆସିବାକୁ ଯାଉଛି। ଫିଲ୍ମର ସହ ପ୍ରଯୋଜକ ଶିବାନୀ ଖାନ ଏ ବାବଦରେ ସ୍ପଷ୍ଟ କରିବା ସହିତ କାହାଣୀ ଲେଖା ଆରମ୍ଭ ହୋଇଥିବା କହିଛନ୍ତି।

ଦ୍ୱିତୀୟ ଭାଗରେ ବି ଅକ୍ଷୟ କୁମାର ମୁଖ୍ୟ ଚରିତ୍ରରେ ନଜର ଆସିବେ। ଅଭିନେତ୍ରୀ ସୋନାକ୍ଷୀ ହେବେ କି ଆଉ କିଏ ହେବେ ସେ ନେଇ ସ୍ପଷ୍ଟ ହୋଇନି।

ଏସଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ତେଲୁଗୁ ଫିଲ୍ମ ‘ବିକ୍ରମାରକୁଡ୍ଡୁ’ର ରିମେକ ଫିଲ୍ମ ଥିଲା ରାଓଡୀ ରାଠୋର।

Comment