ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ଯାହା ପୂର୍ବରୁ କେବେ ହୋଇନଥିଲା ତାହା ଜେଟଲୀ କରି ଦେଖାଇଲେ।

ଗୁରବାର ଦିନ ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ୨୦୧୮ ବର୍ଷର କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଜେଟଲୀଙ୍କ ବଜେଟ୍ ଉପସ୍ଥାପନ ଥିଲା ବେଶ୍ ନିଆରା। ସଂସଦରେ ନିଜ ଅଭିଭାଷଣ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପ୍ରଦାନ କରିଛନ୍ତି।

ଏପରି କରିବା ଫଳରେ ଅନେକ ଦଶନ୍ଧି ଧରି ଅର୍ଥମନ୍ତ୍ରୀମାନେ କେବଳ ଇଂରାଜୀ ଭାଷାରେ କେନ୍ଦ୍ର ବଜେଟ୍‌ ଦେଇ ଆସୁଥିବା ବଜେଟ୍‌ ଅଭିଭାଷଣକୁ ଜେଟ୍‌ଲୀ ପ୍ରତିହତ କରିଛନ୍ତି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଶେଷ ବଜେଟ୍‌ ଭାଷଣକୁ ଉଭୟ ଭାଷାରେ ପ୍ରଦାନ କରିବାକୁ ସେ ସ୍ଥିର କରିଥିଲେ।

ମନମୋହନ ସିଂହ, ପି ଚିଦାମ୍ବରମ୍‌, ଯଶୋବନ୍ତ ସିହ୍ନା ଏବଂ ଯଶୋବନ୍ତ ସିଂହ ଆଦି ଦେଶର ସବୁ ଦଳର ପୂର୍ବତନ ଅର୍ଥମନ୍ତ୍ରୀମାନେ ନିଜ ନିଜର ବଜେଟ୍‌ ଅଭିଭାଷଣରେ କେତୋଟି ଉର୍ଦ୍ଦୁ, ହିନ୍ଦୀ ବା ତାମିଲ ପଂକ୍ତି ଛଡ଼ା ବାକି ଉପସ୍ଥାପନା ସମ୍ପୂର୍ଣ୍ଣ ଇଂରାଜୀ ଭାଷାରେ କରିଥିଲେ।

 

Comment