ଓଡ଼ିଶାଲାଇଭ୍ ବ୍ୟୁରୋ

kendrapara truck

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣି): ଲକଡାଉନ ସମୟରେ ଚୋରା କାରବାର କାର୍ଯ୍ୟ ବେଶ୍ ଜୋରସୋର ଚାଲିଛି। ଗତ ଶନିବାର କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡେଇଠାରେ ପୋଲିସ୍ ଦୁଇଟି ବାଲି ବୋଝେଇ ଟ୍ରକ ଜବତ କରିଛି। ବାଲି ଚୋରାଚାଲାଣ ହେଉଥିବାର ଖବର ପାଇ ପୋଲିସ୍ ଦୁଇଟି ହାଇଓ୍ୱାର ପିଛା କରିଥିଲା।

ଏହାପରେ ଗାଡ଼ି ଦୁଇଟିକୁ ଅଟକାଇ ଡ୍ରାଇଭରକୁ ‘ଆର’ ଫର୍ମ ମାଗିବା ଫଳରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଦୁଇ ଡ୍ରାଇଭର। ଫଳରେ ଦୁଇଟି ଟ୍ରକକୁ ଥାନାରେ ଅଟକ ରଖିଛି ପୋଲିସ୍। ତେବେ ପଟ୍ଟାମୁଣ୍ଡେଇର ତହସିଲଦାର ଏହି ବାଲିକୁ ଆଇନଗତ ଭାବେ ନିଲାମ ହୋଇଥିବା ଦର୍ଶାଇଥିଲେ ମଧ୍ୟ ବାଲି ନିଲାମଧାରୀଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଚାଲାଣ ଡିପୋଜିଟ୍ କରିବାକୁ ହେବ ବୋଲି ରୋକଠୋକ ଶୁଣାଇଛନ୍ତି ଥାନାଧିକାରୀ।

kendrapada truck

ତେବେ ଜବତ ହୋଇଥିବା ଦୁଇଟି ବାଲି ବୋଝେଇ ଟ୍ରକ ବିରୋଧରେ ପୋଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରିଛି।

Comment