ଓଡିଶାଲାଇଭ୍ ବ୍ୟୁରୋ

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁକୁ ସିଲ୍ କରାଯାଇଛି। ଆଇସିୟୁରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

ଆଇସିୟୁରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ୭ ଦିନ ପର୍ଯ୍ୟନ୍ତ ଆଇସିୟୁକୁ ସିଲ୍ କରାଯାଇଥିବା ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା ବଲାଙ୍ଗିରରୁ ୪୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୬ ଜଣ ସୁସ୍ଥ ହୋଇଥିବା ବେଳେ ୧୨୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comment