ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

 

ଚିନାବାଦମ ଫସଲକୁ ଆକ୍ରମଣ କରୁଥିବା ରୋଗପୋକମାନଙ୍କ ମଧ୍ୟରୁ ଗଳାସଢ଼ା ଓ କାଣ୍ଡସଢ଼ା ରୋଗ ବହୁମାତ୍ରାରେ କ୍ଷତି ଘଟାଇଥାଏ।

ଆମ ରାଜ୍ୟରେ ଚାଷୀମାନେ ତୈଳବୀଜ ଫସଲ ଆକାରରେ ଚିନାବାଦମ ଚାଷ ବହୁଳ ପରିମାଣରେ କରିଥାନ୍ତି। କିନ୍ତୁ ବିଭିନ୍ନ ପ୍ରକାର ରୋଗ ପୋକ ଆକ୍ରମଣରେ ଚିନାବାଦାମ ଫସଲ ଅମଳରେ କ୍ଷତି ସୃଷ୍ଟି ହୋଇଥାଏ। ଫଳରେ ଚାଷୀମାନେ ଏଥିପାଇଁ ଅନେକ କ୍ଷତି ସହିଥାନ୍ତି।

ଗଳାସଢ଼ା ଓ କାଣ୍ଡସଢ଼ା ରୋଗର ଲକ୍ଷଣ

ଚିନାବାଦମ ଫସଲକୁ ଆକ୍ରମଣ କରୁଥିବା ରୋଗପୋକମାନଙ୍କ ମଧ୍ୟରୁ ଗଳାସଢ଼ା ଓ କାଣ୍ଡସଢ଼ା ରୋଗ ବହୁମାତ୍ରାରେ କ୍ଷତି ଘଟାଇଥାଏ।

କେତେକ ମୃତ୍ତିକାଜାତ ଓ ବିହନବାହୀ କବକ ଦ୍ୱାରା ଏହି ଗଳାସଢ଼ା ଓ କାଣ୍ଡ ସଢ଼ା ରୋଗ ହୋଇଥାଏ। ଏହି ରୋଗ ଆକ୍ରମଣ କଲେ ଗଛର ମୂଳ ପାଖରୁ କାଣ୍ଡ ସଢ଼ି ଯାଇ ତା’ଉପରେ କବକ ଅର୍ଥାତ ଫିମ୍ପି ମାଡ଼ିଯାଏ। ଏଥସହ ଗଛ ହଳଦିଆ ପଡ଼ିଯାଏ। ମୂଳ କଳା ପଡ଼ିଯାଏ।

ବେଳେ ବେଳେ ଫଳ, ମୂଳ ଓ ମାଟିରେ ଭିତରେ ଥିବା ଓହଳ ମଧ୍ୟ ଏହାଦ୍ୱାରା ଆକ୍ରାନ୍ତ ହୋଇଥାଏ। ଅଧିକ ଆକ୍ରାନ୍ତ ଗଛ ମରିଯାଏ। ଛୋଟ ଛୋଟ ସୋରିଷ ମଞ୍ଜି କବକ ଗଛ ମୂଳରେ ଓ ମାଟି ଉପରେ ଦେଖାଯାଏ।

ସାଧାରଣତଃ ଖରା ଓ ବର୍ଷା ପାଗ ଅଦଳ ବଦଳ ହେଲେ ଏହି ଫିମ୍ପି ରୋଗ ଅଧିକ ହୋଇଥାଏ।

ଏହି ରୋଗର ପରିଚାଳନା

୩ ଗ୍ରାମ ସିରାମ କିମ୍ବା ଦେଢ଼ ଗ୍ରାମ କାର୍ବେଣ୍ଡାଜିମରେ ବିହନ ବିଶୋଧନ କରନ୍ତୁ।

ଏକ ଲିଟର ପାଣିରେ ଦେଢ଼ ଗ୍ରାମ କାର୍ବେଣ୍ଡାଜିମ କିମ୍ବା ସାଢ଼େ ୩ ଗ୍ରାମ ମାଙ୍କୋଜେବ୍‌  ଓ ଦେଢ଼ ମିଲିଲିଟର  ଟେବୁକୋନାଜଲ ମିଶାଇ ଫସଲ ମୂଳ ଅଂଶକୁ ମାଟି ସହିତ ଭିଜାଇ ଦିଅନ୍ତୁ। ଗଛର ଚାରା ଅବସ୍ଥାରେ ଜଳ ସେଞ୍ଚନର ନିୟନ୍ତ୍ରଣ କରନ୍ତୁ।

ଚିନାବାଦାମ ଫସଲରେ ରୋଗ ପୋକ ପରିଚାଳନା ବେଳେ କୃଷି ବିଜ୍ଞାନଙ୍କ ପରାମର୍ଶକୁ ସଠିକ ଭାବେ ଅନୁସରଣ କରନ୍ତୁ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment