ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ଚାଷୀମାନଙ୍କ ପାଇଁ କ୍ଷେତ ପୋଖରୀ ବେଶ୍‌ ଉପକାରୀ। ଏହି ପୋଖରୀ ମାଧ୍ୟମରେ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ଚାଷ କରି ତାହାର ଫାଇଦା ନେଇପାରିବେ ଚାଷୀ।

ଆମ ରାଜ୍ୟରେ ଅଧିକାଂଶ କୃଷି କାର୍ଯ୍ୟ ବର୍ଷା ଉପରେ ନିର୍ଭର କରିଥାଏ। ବାର୍ଷିକ ହାରାହାରି ୧୪୦୦ ମିଲିମିଟର ବର୍ଷା ହେବା ସତ୍ତ୍ୱେ ପର୍ଯ୍ୟାପ୍ତ ପରିମାଣରେ ଜଳ ସଂରକ୍ଷଣ ହୋଇପାରୁନାହିଁ। ବରଂ ବର୍ଷା ଜଳ ବୋହି ଯାଇ ମୃତ୍ତିକା କ୍ଷୟ ହେଉଛି। ଏହାଦ୍ୱାରା ଜମିର ମୃତ୍ତିକା କ୍ଷୟ ହେଉଛି। ଏହାଦ୍ୱାରା ଜମିର ଜଳଧାରଣ ଶକ୍ତି କମିବା ସହିତ କୃଷି ଉତ୍ପାଦନ କମୁଛି। ତେଣୁ ବର୍ଷା ଜଳ ସଂରକ୍ଷଣ ଫସଲର ରକ୍ଷା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ।

ଏହି ସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା କ୍ଷେତ ପୋଖରୀ ଖନନ କାର୍ଯ୍ୟ ହାତକୁ ନିଆଯାଇଛି। କ୍ଷେତ ପୋଖରୀ ଖନନ ଦ୍ୱାରା ଚାଷୀମାନେ ସ୍ୱଳ୍ପ ବୃଷ୍ଟି ସମୟରେ ଫସଲର ଆବଶ୍ୟକତା ଅନୁସାରେ  ପୋଖରୀ ପାଣି ବ୍ୟବହାର କରି ଫସଲ ବଞ୍ଚଇାପାରିବେ।

ମାଛ ଚାଷ, ବତକ ଚାଷ ତଥା ପୋଖରୀ ହୁଡ଼ାରେ କଦଳୀ, ଡାଲିଜାତୀୟ ଫସଲ ଓ ତୈଳବୀଜ ଫସଲ କରି ଚାଷୀମାନେ ଅଧିକ ଉପକୃତ ହୋଇପାରିବେ। ସାଧାରଣତ୍ୱ ସମନ୍ୱିତ କୃଷି ପ୍ରଣାଳୀ ପାଇଁ ଏହା ଏକ ଉତ୍ତମ ପଦକ୍ଷେପ।BGU

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ମୃତ୍ତିକା ସଂରକ୍ଷଣ  ନିର୍ଦ୍ଦେଶାଳୟ ତତ୍ୱାବଧାନରେ ୫ ବର୍ଷ ଭିତରେ ୫ ଲକ୍ଷ କ୍ଷେତ ପୋଖରୀ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରକଳ୍ପଗୁଡ଼ିକ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ଯୋଗାଣ ଯୋଜନା ପ୍ରଣୀତ ନିର୍ଦ୍ଦେଶାବଳୀ ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆଦେଶ ଅନୁସାରେ ନିର୍ମିତ ହେବ। ଓ ଏଥିରେ ଅଣକୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ କରାଯିବ। ଚାଷୀଭାଇମାନେ ଏହି କ୍ଷେତ ପୋଖରୀ ଖୋଳିବା ପାଇଁ ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମଚାରୀ, ଗ୍ରାମ୍ୟ କୃଷି କର୍ମଚାରୀ, ଉଦ୍ୟାନ କୃଷି ସଂପ୍ରସାରଣ କର୍ମଚାରୀଙ୍କ ପାଖରୁ ସବିଶେଷ ବିବରଣୀ ପାଇପାରିବେ। ତଥା ନିୟମ ଭିତରେ ଆବେଦନ କରିପାରିବେ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment