ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରେ ୬.୧୫ ଲକ୍ଷ ମେଟ୍ରିକ୍ ଟନ୍ ସାର ମହଜୁଦ୍
  • କୃଷି ସମସ୍ୟାପାଇଁ ୧୫୫୩୩୩ ନମ୍ଵରକୁ ଡାଏଲ କରନ୍ତୁ
  • ଚାଷୀଙ୍କୁ ଦିଆଯାଇଛି ୯୯୬୫ କୋଟିର କୃଷି ଋଣ
  • ୫୫ ଲକ୍ଷ ଚାଷୀ ପ୍ରୋତ୍ସାହନ ପାଇଁ ଯୋଗ୍ୟ ବିବେଚିତ
  • କାଳିଆ ପୋର୍ଟାଲରେ ନିଜ ଆବେଦନର ସ୍ଥିତି ଜାଣିପାରିବେ ଚାଷୀ

ରାଜ୍ୟରେ କୃଷିର ବିକାଶ ପାଇଁ ବୁଧବାର ରାଜ୍ୟ କୃଷି କ୍ୟାବିନେଟ୍‌ର ବୈଠକ ବସିଥିଲା। ଏହି ବୈଠକରେ ମୋଟ ୮ଟି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି। ଏନେଇ ଆଜି ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।

ରାଜ୍ୟରେ ୟୁରିଆର ଅଭାବ ହେବନାହିଁ। ଏଯାବତ୍ ରାଜ୍ୟକୁ ମୋଟ୍ ୬.୧୫ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଆସିଛି। ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇଦେବାକୁ କ୍ୟାବିନେଟ୍‌ରେ ନିଷ୍ପତି ହୋଇଛି। ସେହିପରି ରାଜ୍ୟରେ ଏ ବର୍ଷ ମୋଟ୍ ୯୯୬୫ କୋଟି ଟଙ୍କାର କୃଷିଋଣ ଦିଆଯାଇଥିବା ବେଳେ ବିଶେଷ କରି ଧାନ ସହ ଅନ୍ୟ ଫସଲ ପାଇଁ ଆଗକୁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯିବା ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି।କୃଷି ଭିତ୍ତିକ ପରାମର୍ଶ ପାଇଁ ‘ଆମ କୃଷି’ ଯୋଜନାରେ ଚାଷୀଙ୍କ ପାଇଁ ନୂଆ ହେଲ୍ପଲାଇନ ନମ୍ଵର ଜାରି କରାଯାଇଛି। ୧୫୫୩୩୩ କୁ ଡାଏଲ କରି ଚାଷୀମାନେ କୃଷିଭିତ୍ତିକ ପରାମର୍ଶ ନେଇପାରିବେ। ଡାଏଲ କରିବାର ୨୪ ଘଣ୍ଟା ମଧ୍ୟରେ ବିଭାଗ ପକ୍ଷରୁ ତାଙ୍କ ସମସ୍ୟାର ସମାଧାନ କରାଯିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିବା ସଚିବ ସୌରଭ ଗର୍ଗ କହିଛନ୍ତି।

ରାଜ୍ୟରେ କାଳିଆ ଯୋଜନାର ଲାଭ ପାଇବା ପାଇଁ ପୋର୍ଟାଲର ବ୍ୟବସ୍ଥା କରାଯାଇଛି। ଏଣିକି ପୋର୍ଟାଲ ମାଧ୍ୟମରେ ନିଜ ଆବେଦନର ସ୍ଥିତି ବିଷୟରେ ଜାଣିପାରିବେ ଚାଷୀ। ଯୋଜନାରେ ମୋଟ୍ ୫୫ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ସରକାର ପଦକ୍ଷେପ ନେବେ। ବଳରାମ ଯୋଜନାରେ ଭୂମିହୀନ ଏବଂ ଭାଗଚାଷୀ ଉପକୃତ ହେବେ।BGUଏଣିକି ପ୍ରତିଟି ଗ୍ରାମର କୃଷକମାନଙ୍କ ସମସ୍ୟାକୁ ବିଭାଗୀୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ପାଇଁ କୃଷି ସେବା ଯୋଜନାକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ରାଗି ଲଡୁ ବଣ୍ଟନର କାର୍ୟ୍ୟକ୍ରମକୁ ବୃଦ୍ଧି କରାଇବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ଏବେ ସୁଦ୍ଧା କେବଳ କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

Comment