ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାକ୍ଷୀ ପୂର୍ଣ୍ଣିମାକୁ ଆଉ ୨ ଦିନ ରହିଲା। ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ସାଙ୍ଗକୁ ମିଠାର ବି ଆବଶ୍ୟକତା ଥାଏ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଥାଏ। କିନ୍ତୁ କରୋନା ମହାମାରୀ ପାଇଁ ଏଥର ବଜାରରୁ ମିଠା କିଣିବା ସୁରକ୍ଷିତ ହୋଇନପାରେ। ତେଣୁ ଘରେ କିପରି ଗୋଲାପଜାମୁ ପ୍ରସ୍ତୁତ କରିବେ ଜାଣନ୍ତୁ…

ଶିରା ପ୍ରସ୍ତୁତି

ଗ୍ୟାସ୍‌ରେ ଗୋଟେ ସସ୍‌ପେନ୍‌ ବସାନ୍ତୁ। ଏବେ ଏଥିରେ ଦୁଇ କପ୍‌ ଚିନି ଓ ଦୁଇ କପ୍‌ ପାଣି ଦେଇ ଘାଣ୍ଟି ଦିଅନ୍ତୁ। ଏବେ ଏଥିରେ ୧ ଚାମଚ କ୍ଷୀର ମିଶାନ୍ତୁ। ଏବେ ଫୁଟିବାକୁ ଛାଡ଼ି ଦିଅନ୍ତି। ଏହି ଶିରା ଫୁଟିବା ବେଳେ ସସ୍‌ପେନ୍‌ର କଡ଼େ କେଡ଼ ଧଳାର କୋରୁଅ ଭଳି ଲାଗିଯିବ, ତାକୁ ଚାମଚ ସାହାଯ୍ୟରେ କାଢ଼ିଦିଅନ୍ତୁ। ଶିରା ଟିକେ ବହଳିଆ ହୋଇଗଲେ ସସ୍‌ପେନ୍‌କୁ ଗ୍ୟାସ୍‌ରୁ ଓହ୍ଲାଇଦିଅନ୍ତୁ।

ଗୋଲାପ ଜାମୁ ପ୍ରସ୍ତୁତ

ଏବେ ଗୋଟେ ଥାଳି ଆଣନ୍ତୁ। ଥାଳିରେ ୧ କପ୍‌ ଖୁଆ, ଗୋଟେ କପ୍‌ ଛେନାକୁ ମିଶାଇ ଭଲରେ ଚକଟନ୍ତୁ। ଏହି ଚକଟାରେ ୨ ଚାମଚ ୨ ଚାମଚ ମଇଦା ମିଶାଇ ଚକଟନ୍ତୁ। ଏବେ ଏଥିରେ ଅଧ ଚାମଚରୁ କମ୍‌ କର୍ଣ୍ଣଫ୍ଲୋର, ଗୁଜୁରାତି ଗୁଣ୍ଡ ଭଲରେ ଚକଟନ୍ତୁ, ଯେପରି ଏହି ଚକଟାଟି ଚିକ୍କଣ ହେବ। ଏବେ ଏହାକୁ ଗୋଲାପଜାମୁର ଆକାରରେ ଗୁଳା କରିଦିଅନ୍ତୁ।

ଏବେ ଗ୍ୟାସ୍‌ରେ ଆଉ ଏକ କଡ଼େଇ ବସାନ୍ତୁ। ଏଥିରେ ଛାଣିବା ପାଇଁ ତେଲ ନିଅନ୍ତୁ। ତେଲ ଗରମ ହୋଇଗଲେ ଏହି ଗୁଳାକୁ ଛାଣନ୍ତୁ। ବାଦାମୀ ରଙ୍ଗର ହୋଇଗଲେ ଏହାକୁ ଏକ ପ୍ଲେଟ୍‌ରେ କାଢ଼ିଦିଅନ୍ତୁ। ଏହି ଗୁଳାଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ କରିଥିବା ଶିରାରେ ମିଶାନ୍ତୁ। ୨୦ ମିନିଟ୍‌ ପରେ ଏହାକୁ ଆପଣ ଖାଇପାରିବେ ଏବଂ ଖୁଆଇ ପାରିବେ।

Comment