ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରରେ ସବୁଠୁ ବଡ଼ ପର୍ବ ନୂଆଁଖାଇ। ଏଥର କିନ୍ତୁ ଏହି ପର୍ବ ସପ୍ତାହନ୍ତ ସଟଡାଉନରେ ପଡ଼ିଛି। ଏଥିପାଇଁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଘୁଞ୍ଚାଇବାକୁ ଦାବି କରାଯାଉଛି। ଏନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦାବି କରିଛନ୍ତି।

ଅଗଷ୍ଟ ୨୩ରେ ନୂଆଁଖାଇ ପଡ଼ୁଥିଲା ବେଳେ ୨୨ ଓ ୨୩ ତାରିଖ ସପ୍ତାହନ୍ତ ସଟଡାଉନ ରହିଛି। ଏଥିପାଇଁ ଦୁଇ ଦିନ ପୂର୍ବରୁ ବା ଦୁଇ ଦିନ ପରେ ସଟଡାଉନ ଲାଗୁ ପାଇଁ ବିଧାୟକ ଚିଠିରେ ଲେଖିଛନ୍ତି।

ଅନ୍ୟପକ୍ଷରେ କେବଳ ନୂଆଁଖାଇ ନୁହେଁ କରୋନା ମହାମାରୀ ପାଇଁ ଏବର୍ଷ ରାଜ୍ୟରେ ସବୁ ପର୍ବ ଫିକା ପଡ଼ିଛି। ହୋଲିଠାରୁ ଆରମ୍ଭ କରି ସବୁ ପର୍ବ ଏବର୍ଷ କୋଭିଡ କଟକଣା ଭିତରେ ପାଳିତ ହୋଇଛି।

Comment