ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ କରୋନା ପାଇଁ ସବୁ ଉତ୍ସବ ପରି ସ୍ଵାଧୀନତା ଦିବସ ମଧ୍ୟ ଫିକା ପଡ଼ିବ। ଏଥର କୋଭିଡ କଟକଣା ଭିତରେ ସ୍ୱାଧୀନତା ଦିବସ ପାଳନ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଛି।

ଗାଇଡଲାଇନ ଅନୁସାରେ ସକାଳ ୯ଟା ପରେ ପତାକା ଉତ୍ତୋଳନ କରାଯିବ। କାର୍ଯ୍ୟକ୍ରମରେ କୌଣସି ପରେଡ କିମ୍ବା ମାର୍ଚ୍ଚଫାଷ୍ଟ ହେବନାହିଁ। ଅଳ୍ପସଂଖ୍ୟକ ପୋଲିସ୍ କର୍ମଚାରୀ ଉପସ୍ଥିତିରେ ହେବ କାର୍ଯ୍ୟକ୍ରମ।

ସେହିପରି କାର୍ଯ୍ୟକ୍ରମରେ ସାଧାରଣ ଜନତା ଅଂଶଗ୍ରହଣକୁ ବାରଣ କରିଛନ୍ତି ସରକାର। ତେବେ ସର୍ବାଧିକ ୫୦ରୁ ୭୫ ଜଣ ଅତିଥି ଭାଗ ନେଇପାରିବେ। ବର୍ତ୍ତମାନର ମହାମାରୀ ସମୟର ହିରୋ ସାଜିଥିବା କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ସ୍ଵରୂପ ଅତିଥିଙ୍କ ମଧ୍ୟରେ ୧୫ରୁ ୨୦ କୋଭିଡ ଯୋଦ୍ଧା ସାମିଲ ହେବେ।

ମାସ୍କ, ସାମାଜିକ ଦୂରତା ଭଳି ନିୟମ କଡ଼ାକଡ଼ି ପାଳନ ସହ କୋଭିଡ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ଏହି ଗାଇଡଲାଇନରେ୍ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here