ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଅନୁମତି ମିଳିଛି। ଏଥିପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ସେତୁ ପ୍ରକଳ୍ପ ଦ୍ୱାରା ବରଗଡ଼ରେ ଗମନାଗମନ ସୁବିଧାର ବିକାଶ ହେବ। ଏହାଫଳରେ ଜିଲ୍ଲାର ପ୍ରାୟ ୭ ଲକ୍ଷ ୨୫ ହଜାର ଲୋକ ଉପକୃତ ହେବେ।

ବରଗଡ଼ ପାଇଁ ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ବୃହତ ସେତୁ ରହିଛି। ବରପାଲିର ଜିଲୋଟ ନାଳ ଉପରେ ଏହି ସେତୁ ନିର୍ମାଣ କରାଯିବ। ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବରଗଡ଼ ଜିଲ୍ଲା ସଦର ମହକୁମାକୁ ଓ ବରପାଲି ବ୍ଲକ ସହ ସଂଯୋଗ କରିବା

ସେହିପରି ଦ୍ଵିତୀୟ ସେତୁଟି ବରଗଡ଼ ପୌରାଞ୍ଚଳସ୍ଥିତ ଆଗାଁ ନଳା ଉପରେ ତିଆରି କରାଯିବ। ୬୦ ମିଟର ଲମ୍ବର ଏହି ସେତୁ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ବରଗଡ଼ ଜିଲ୍ଲା ମୁଖ୍ୟାଳୟକୁ ଭେଡେନ ବ୍ଲକ ସହ ଯୋଡ଼ିବ।

ଅନ୍ୟପଟେ ତୃତୀୟ ସେତୁଟି ବରଗଡ଼ର ସରଳା ନାଳ ଉପରେ ନିର୍ମାଣ କରାଯିବ। ଏହାର ଲମ୍ବ ୧୫୦ ମିଟର ରହିଛି। ଏଥିପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ଭଟଲି ବ୍ଲକ ମୁଖ୍ୟାଳୟକୁ ବରଗଡ଼ ଏବଂ ଅତାବିରା ବ୍ଲକ ସହ ଯୋଡ଼ିବ।

ଏହପୂର୍ବରୁ ରାଜ୍ୟ ୫-ଟି ସଚିବ ଗତ ଜୁନ ମାସରେ ବରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ସମୟରେ ଉପରୋକ୍ତ ସେତୁଗୁଡ଼ିକ ପାଇଁ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପଠାଇବା ଲାଗି ସେ ବରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

Tags: #Bargarh #BridgeProjects #Connectivity #StateGovt #Odisha

Comment