ରାଜନୀତିରେ ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ।ଜଣେ ଉଦାରବାଦୀ ନେତା ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି,ବାଜପେୟୀ ପ୍ରଥମ ଅଣକଂଗ୍ରେସ ସରକାରରେ ପ୍ରଧାନମନ୍ତ୍ରୀ ହେବା ସହ ସଫଳତାର ସହ ଦେଶର ଶାସନଭାର ସମ୍ଭାଳି ଥିଲେ।

୨୦୧୮, ଆଜିର ଦିନରେ ଦୁନିଆରୁ ବିଦାୟ ନେଇଥିଲେ ଅଟଳ ବିହାରୀ ବାଜପେୟୀ। ଆଜି ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି କଥା ଜାଣିବା।

  • ୨୫ ଡିସେମ୍ବର ୧୯୨୪ ମସିହାରେ ମଧ୍ୟପ୍ରଦେଶର ବ୍ଲୋରିଅର ସହରରେ ଜନ୍ମ ଗ୍ରହଣ କରନ୍ତି ଅଟଳ ବିହାରୀ ବାଜପେୟୀ।
  • ମଧ୍ୟପ୍ରଦେଶରେ ଜନ୍ମ ହୋଇଥିଲେ ମଧ୍ୟ ଉତ୍ତରପ୍ରଦେଶ ପ୍ରତି ତାଙ୍କର ଦୁର୍ବଳତା ଥିଲା।
  • ଅଟଳଙ୍କ ବାପା କୃଷ୍ଣ ବିହାରୀ ବାଜପେୟୀ ଓ ମାତା କୃଷ୍ଣା ଦେବୀ। କାରଣ ତାଙ୍କ ବାପା ଶିକ୍ଷକ ଥିଲେ।
  • ୧୯୫୧ ମସିହାରେ ରାଜନୀତିରେ ପାଦ ଥାପିଥିଲେ ଅଟଳ ବିହାରୀ ବାଜପେୟୀ।
  • ୧୯୫୫ ମସିହାରେ ପ୍ରଥମଥର ଲୋକସଭା ନିର୍ବାଚନରେ ପରାଜୟ ହୋଇଥିଲେ।
  • ସେ ଲୋକସଭାକୁ ୯ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ, ଯାହାକି ଏକ ରେକର୍ଡ।
  • ୧୯୬୨ ମସିହାରୁ ୧୯୮୬ମସିହା ପର୍ଯ୍ୟନ୍ତ ରାଜସ୍ଥାନର ସାସଂଦ ଥିଲେ।
  • କେବଳ ରାଜସ୍ଥାନ ନୁହେଁ ଉତ୍ତରପ୍ରଦେଶ, ନୂଆଦିଲ୍ଲୀ ଓ ମଧ୍ୟପ୍ରଦେଶରେ ମଧ୍ୟ ସାସଂଦ ଭାବରେ ନିର୍ବାଚିତ ହୋଇଥିଲେ।
  • ୧୯୭୭ ମସିହାରେ ମୋରାଲ ଦେଶାଇ ସରକାର ସମୟରେ ସେ ବିଦେଶ ମନ୍ତ୍ରୀଥିଲେ। ସେତେବେଳ ସମୟରେ ସାରା ଦୁନିଆରେ ହିନ୍ଦୀ ଭାଷାର ପ୍ରଚାର କରିଥିଲେ।
  • ୧୯୯୬ ମସିହାରେ ବାଜପେୟୀ ପ୍ରଥମଥର ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ଲୋକସଭାରେ ବହୁମତ ସାବ୍ୟସ୍ତ ହୋଇନପାରିବାରୁ ମାତ୍ର ୧୩ ଦିନରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା।
  • ହିନ୍ଦୀରେ ଭାଷଣ ଦେବାରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ।
  • ୧୯୯୮ ମସିହା ମେ ୧୩ ତାରିଖରେ ପୋଖରାନରେ ପରମାଣୁ ବୋମା ପରୀକ୍ଷଣ କରିଥିଲେ। ଏହା ପୂର୍ବରୁ ୧୯୭୪ ମସିହାରେ ପରମାଣୁ ବୋମା ପରୀକ୍ଷଣ କରାଯାଇଥିଲା। ତେବେ ସେତେବେଳ ସମୟରେ କେତେକ ଦେଶ ଭାରତ ଉପରେ ପରମାଣୁ ବୋମା ପରୀକ୍ଷା କରିବା ପାଇଁ ରୋକ ଲଗାଇଥିଲେ। କିନ୍ତୁ ସେମାନଙ୍କୁ ଚକମା ଦେଇ ଅଟଳ ପରମାଣୁ ବୋମା ପରୀକ୍ଷା କରିଥିଲେ।
  • ପରେ ପୁଣିଥରେ ୧୯୯୯ ମସିହାରେ ବିଜେପି ସରକାର ଗଠନ କରିଥିଲେ।
  • ଭାରତ ଓ ପାକିସ୍ତାନର ସମ୍ପର୍କରେ ସୁଦୃଢ ହେବା ପାଇଂ ସେ ଅନେକ ପଦକ୍ଷେପ ନେଇଥିଲେ।
  • ୧୯୯୯ ମସିହାରେ ସେ ନିଜ ଦଳର କେତେକ ନେତାଙ୍କ ବିରୋଧ ସତ୍ୱେ ବସରେ ସେ ପାକିସ୍ତାନ ଯାତ୍ରା କରିଥିଲେ।
  • ସେ ଜଣେ ରାଜନେତା ରାଜନେତା ସହ ଜଣେ ପତ୍ରକାର ମଧ୍ୟ ଥିଲେ। ଅନେତ ସମୟରେ ସେ କବିତା ଲେଖୁଥିବାର ନଜର ରହିଛି।
  • ସଂସଦରେ ଅନେକ ଥର ସେ କବିତା ମାଧ୍ୟମରେ ନିଜ ବୟାନ ରଖିଛନ୍ତି। ତେଣୁ ତାଙ୍କୁ ଜଣେ କବି ଭାବରେ ସାରା ଦେଶ ଜାଣେ।
  • ଅଟଳ ବିହାରୀ ବାଜପେୟୀ ଲାଲାବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଶାନ’ ସ୍ଲୋଗାନରେ ‘ଜୟ ବିଜ୍ଞାନ’ ମଧ୍ୟ ଯୋଡ଼ିଥିଲେ।
  • ଦେଶର ସାମରିକ ସୁରକ୍ଷା ଦିଗରେ ସେ ଅନେକ କାମ କରିଥିଲେ।
  • କାରଗିଲ ଯୁଦ୍ଧରେ ପାକିସ୍ତାନକୁ ମାତ୍‌ ଦେବା ଥିଲା ତାଙ୍କ ରାଜନୈତିକ ନେତୃତ୍ଵର ଆଉ ଏକ ମାଇଲଖୁଣ୍ଟ।
  • ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ ପାଇଁ ଆଜୀବନ ଅବିବାହିତ ରହିଥିଲେ ବୋଲି କୁହାଯାଏ।

Comment