ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ ଏବର୍ଷ ହେବନି ଗଣେଶ ପୂଜା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୂଜା ଉପରେ ରୋକ୍ ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଏଥିସହ ସେ ଲୋକମାନଙ୍କୁ ଏଥିପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଦୋକାନ ବଜାରରେ ମଧ୍ୟ ସାମାଜିକ ଦୂରତା ନିୟମ ପାଳନ କରିବାକୁ ଜିଲ୍ଲାପାଳ କହିଛନ୍ତି।

ଗଞ୍ଜାମ ଜିଲ୍ଲାରେ ଏବେ ସଂକ୍ରମଣ କିଛିଟା ପରିମାଣରେ କମିଛି। ଏହାସତ୍ତ୍ୱେ ମଧ୍ୟ ଗଣେଶ ପୂଜା ଆୟୋଜନ ହେଲେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାକୁ ରୋକିବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି।BGUଏହାପୂର୍ବରୁ ଗଜପତି, ଜଗତସିଂହପୁର, କଟକ ଓ ଭୁବନେଶ୍ୱରରେ ମଧ୍ୟ ଗଣେଶ ପୂଜା ଆୟୋଜନ କରିବାକୁ ମନା ହୋଇଛି। ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏହି ଆଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Comment